ଉଠା ଜଳସେଚନ ପଏଣ୍ଟ ଗୁଡିକୁୁ ଚାଲୁ କରିବା ପାଇଁ ଜିଲ୍ଲା ପ୍ରଶାସନର ତତ୍ପରତା 

0

୧୦ ତାରିଖ ପୂର୍ବରୁ ବାକି ଥିବା ଅନ୍ୟ ପ୍ରକଳ୍ପକୁ ମଧ୍ୟ ବିଦ୍ୟୁତ  ଯୋଗାଇବା କଥା ସାଉଥକୋ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ଗତ ତିତଲି ବାତ୍ୟାରେ ଜିଲ୍ଲାରେ ଥିବା ୩୮୪ଟି ଲିଫ୍‍ଟ ପଏଣ୍ଟ ମଧ୍ୟରୁ ୨୪୧ଟି ପଏଣ୍ଟ ବାତ୍ୟାରେ ଅକାମୀ ହୋଇଯାଇଥିଲା । ବିଭାଗୀୟ ଅଧିକାରୀ ତାଙ୍କର କର୍ମଚାରୀ ଏବଂ ପାଣି ପଞ୍ଚାୟତର ସଭ୍ୟଙ୍କ ର ସହାୟତାରେ ପଏଣ୍ଟ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ କାମ ଆରମ୍ଭ କରିଥିଲେ । ଆଜି ସୁଦ୍ଧା ୫୦ ଗୋଟି ପଏଣ୍ଟ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆସନ୍ତା ୧୦ ତାରିଖ ସୁଦ୍ଧା ଆଉ ୨୦୦ଗୋଟି ପଏଣ୍ଟ କାର୍ଯ୍ୟକ୍ଷମ ହେବ ବୋଲି ବିଭାଗୀୟ ନିର୍ବାହୀଯନ୍ତ୍ରୀ ଦୃଢ ପ୍ରକାଶ କରିଛନ୍ତି । ବିଭାଗୀୟ ଅଧିକାରୀମାନେ  କ୍ଷୟକ୍ଷତିର ଆକଳନ ୩୬୦କୋଟି ବୋଲି ଦର୍ଶାଇ ସରକାରଙ୍କୁ ରିପୋର୍ଟ ଦେଇଥିବା ବେଳେ ୨୮୪ଟି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ୧୯୬କୋଟି ସରକାରଙ୍କୁ ମାଗିଥିଲେ । ଏଥିମଧ୍ୟରୁ ସରକାର ପ୍ରଥମ ବର୍ଷରେ ୧୫୦କୋଟି ଟଙ୍କା ମଞ୍ଜୁର କରିଛନ୍ତି । ୨୮୪ଗୋଟି ପ୍ରକଳ୍ପରୁ ୫୨୬୦ ହେକ୍‍ଟର ଜମିକୁ ପାଣି ରିଲିଫ ଏବଂ ରବିଋତୁର ଫସଲ ପାଇଁ  ଯୋଗାଇ ଦିଆଯାଉଥିଲା । ବିଭାଗୀୟ ଯନ୍ତ୍ରୀ କହିଛନ୍ତି ପାଣି ଅଭାବରୁ ଖରିଫ ଫସଲ କୌଣସି ପ୍ରକାରେ ନଷ୍ଟ ହେବ ନାହିଁ ଆସନ୍ତା ରବି ଫସଲ ଆଗରୁ ସବୁ ପଏଣ୍ଟ ଗୁଡିକୁ କାର୍ଯ୍ୟକ୍ଷମ କରି ପାଣି ପଞ୍ଚାୟତ ମାଧ୍ୟମରେ ହିତାଧିକାରୀଙ୍କୁ ପାଣି ଯୋଗାଇଦିଆଯିବ ଏହି କାମ ଆସନ୍ତା ୧୦ ତାରିଖ ସୁଦ୍ଧା ସରିବ ବୋଲି ବିଭାଗୀୟ ମତ ଦେଇଛନ୍ତି । ବର୍ତ୍ତମାନ ଯେଉଁ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ସବୁ ପ୍ରକଳ୍ପକୁ ସାଉଥକୋ ବିଦ୍ୟୁତ  ଯୋଗାଇଦେଇଛି । ଆସନ୍ତା ୧୦ ତାରିଖ ପୂର୍ବରୁ ବାକି ଥିବା ଅନ୍ୟ ପ୍ରକଳ୍ପକୁ ମଧ୍ୟ ବିଦ୍ୟୁତ  ଯୋଗାଇବା କଥା ସାଉଥକୋ କର୍ତ୍ତୃପକ୍ଷ କହିଛନ୍ତି । ଉପରୋକ୍ତ କାର୍ଯ୍ୟ ଜିଲ୍ଲାପାଳ ଅନୁପମ ସାହାଙ୍କ ନେତୃତ୍ୱରେ ଏବଂ ନିର୍ବାହିଯନ୍ତ୍ରୀ ଭାସ୍କର ବେହେରାଙ୍କ ତତ୍ୱାବଧାନରେ ଚାଲିଛି ।

Leave A Reply

Your email address will not be published.