ଖଲ୍ଲିକୋଟ,/ଶିବରାମ ଜେନା: ପଞ୍ଚାୟତ ସମିତି ଆନୁକୁଲ୍ୟରେ ନୂତନ ମଧୁବାବୁ ଭତ୍ତା କାର୍ଡ ବଣ୍ଟନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏ ପରିପ୍ରେକ୍ଷୀରେ ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରୁ ବହୁ ଦୂରଦୂରାନ୍ତରୁ , ୨୯ ଗୋଟି ପଞ୍ଚାୟତର ହିତାଧିକାରୀ ମାନେ ଉପସ୍ଥିତ ଥିଲେ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମ ରେ ସରକାରଙ୍କ ତରଫରୁ ଉପଭୋକ୍ତା ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଖଲ୍ଲିକୋଟ ବିଧାୟିକା ଶ୍ରୀ ମତୀ ସୂର୍ଯ୍ୟ ମଣି ଵୈଦ୍ୟ, ଖଲ୍ଲିକୋଟ ତହସିଲଦାର ଶ୍ରୀ କୁମାର ରଥ, ଖଲ୍ଲିକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦେବାଶିଷ ସାମଲ ଓ ଜିଲ୍ଲା ପରିଷଦ ଜୋନ୍ -୧୨ ର ଶ୍ରୀମତୀ ଚନ୍ଦନା ସେଠୀ ଙ୍କ ଦ୍ୱାରା ମଧୁବାବୁ ଭତ୍ତା କାର୍ଡ ବଣ୍ଟନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ସାମିଲ୍ ଥିବା ବିଭିନ୍ନ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ବିଭିନ୍ନ ଅନୁଷ୍ଠାନର ମା ତଥା ସମାଜସେବୀ ଅଙ୍ଗନବାଡ଼ି କେନ୍ଦ୍ର ର କର୍ମୀ ମାନଙ୍କ ସମାବେଶ ହୋଇଥିଵାର ପରିଲକ୍ଷିତ ହୋଇଥିଲା। ଉପଭୋକ୍ତା ମାନଙ୍କ ପାଇଁ ଭୋଜନ ର ବ୍ୟବସ୍ଥା କରାଯାଇ ଥିଲା।
ଖଵର ନେବାରୁ ଜଣାପଡିଛି ଯେ କେତେକ ଦରଖାସ୍ତ କାରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ କାର୍ଡ ପାଇନାହାନ୍ତି। ତେଣୁ ସରକାର ଙ୍କୁ ଜନସାଧାରଣ ନିବେଦନ ପ୍ରକୃତ ଯୋଗ୍ୟ ବିବେଚିତ ଲୋକମାନଙ୍କୁ ଚିହ୍ନଟ କରି ମଧୁବାବୁ ଭତ୍ତା କାର୍ଡ ବ୍ୟବସ୍ଥା କରାଯାଉ ବୋଲି ସାଧାରଣରେ ଦାବି ହୋଇଛି |
Sign in
Sign in
Recover your password.
A password will be e-mailed to you.