ଭବାନୀପାଟଣା ଭୁବନେଶ୍ୱର ସ୍ଥିତ ଭାରତୀୟ ଜନତା ପାର୍ଟି ର ରାଜ୍ୟ କାର୍ଯ୍ୟାଳୟ ରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ଙ୍କ ଅଧ୍ୟକ୍ଷତାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି .ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହ ଶହ ସଂଖ୍ୟା ରେ ବରିଷ୍ଠ ନେତା ଓ କର୍ମୀ ଯୋଗଦେଇ ଭାରତୀୟ ଜନତା ପାର୍ଟି ର ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ତାଙ୍କର ବଳିଷ୍ଠ ନେତୃତ୍ବ କୁ ସୁଦୃଢ଼ କରିବାପାଇଁ ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି ରେ ଯୋଗଦେଇ ଥିବା ବେଳେ .କଳାହାଣ୍ଡି ଜିଲ୍ଲାର ନର୍ଲା ନିର୍ବାଚନ ମଣ୍ଡଳୀ ରୁ ଆଇନଜୀବୀ ଶ୍ରୀ ଦୀପକ କୁମାର ସାହୁ ମଧ୍ୟ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଆର୍ତତ୍ରାଣ ମହାପାତ୍ର ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭୁବନେଶ୍ୱର ରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ .ନର୍ଲା ନିର୍ବାଚନ ମଣ୍ଡଳୀ ରେ କିଭଳି ବିଜେପି ସୁଦୃଢ ହୋଇ ଚଳିତ ନିର୍ବାଚନ ରେ ବିଜୟ ହାସଲ କରିପାରିବ ସେଥିପାଇଁ ଶ୍ରୀ ସାହୁ ତୃଣମୂଳ ସ୍ତରରେ ସଂଗଠନ କୁ ସୁଦୃଢ କରିବା ସଂଗେ ସଂଗେ ପ୍ରଧାନମନ୍ତ୍ରୀ ଙ୍କ ଲୋକାଭିମୁଖି ଯୋଜନା ମାନ କିଭଳି ସାଧାରଣ ବର୍ଗ ର ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ପ୍ରୟାସ କରିବେ ବୋଲି ମତ ପ୍ରକାଶ କରିଛନ୍ତି .ଏହି କ୍ରମରେ ଶ୍ରୀଯୁକ୍ତ ସାହୁ ଙ୍କୁ ନର୍ଲା ଅଞ୍ଚଳର ନବ ନିର୍ମାଣ କୃଷକ ସଂଗଠନ, ବଣିକ ସଂଘ, ସାମ୍ବାଦିକ ସଂଘ (ଓଜେୟୁ ),ସେବାକାରୀ କିନ୍ନର ସଂଗଠନ ,ଡ୍ରାଇଭର ସଙ୍ଘ ତରଫରୁ ବିପୁଳ ଭାବରେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଛନ୍ତି.
Sign in
Sign in
Recover your password.
A password will be e-mailed to you.
Prev Post