ପଦ୍ମପୁର :- ସୋହେଲା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବରଗଡ଼ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ଯ ସମାରୋହରେ ଜିଲ୍ଲା ଶିକ୍ଷାଅଧିକାରୀ ମିତ୍ରଭାନୁ କଚ୍ଛପ ଅଧ୍ୟକ୍ଷତା କରିଥିଲେ । ମୁଖ୍ଯ ଅତିଥି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା , ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ସୋହେଲା ବ୍ଲକ ଅଧ୍ୟକ୍ଷା ବବି ପଧାନ, ସୋହେଲା ତହସିଲଦାର ଶୁଭରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଛତ୍ରପତି ସାହୁ, ରାଧାକାନ୍ତ ଛତ୍ରୀ, ଜିଳ୍ଲା ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ ରଜନୀକାନ୍ତ ଦାଶ ଏବଂ ମୁଖ୍ଯ ବକ୍ତା ଭାବରେ ଟିଟିଲାଗଡ଼ର ଅବସରପ୍ରାପ୍ତ ଅଧ୍ୟାପକ ଶିବପ୍ରସାଦ ବେହେରା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ହେବ ବୋଲି ଉଦାହରଣ ମାଧ୍ୟମରେ ପ୍ରେରଣାଦାୟୀ ବକ୍ତବ୍ଯ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ସ୍ବାଗତ ତଥା ପ୍ରାରମ୍ଭିକ ବକ୍ତବ୍ଯ ପ୍ରଦାନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ ଜିଲ୍ଲାର ଶିକ୍ଷାର ପ୍ରଗତିକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହାକୁ ବଜାୟ ରଖିବାକୁ ଆହ୍ବାନ ଦେଇଥିଲେ । ଏହି ଉତ୍ସବରେ ଗ୍ରାମପଞ୍ଚାୟତ, ମୋ ସ୍କୁଲ ଅଭିଯାନ, ବିଦ୍ୟାଳୟ, ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଇତ୍ୟାଦି ୧୨ଗୋଟି ବିଭାଗରେ ୨୦୩୨ଟି ପୁରସ୍କାର ପ୍ରଦାନ କରାଯାଇଥିଲା । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରୋଜ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଲେ ଶିକ୍ଷକ ଗୋବିନ୍ଦ ସେଠ୍, ଭବାନୀଶଙ୍କର ଗଡତିଆ ଓ ଶିକ୍ଷୟିତ୍ରୀ ସୋନାଲିକା ଶବର ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ, ସି ଆର ସି ସି , ପ୍ରଧାନଶିକ୍ଷକ ତଥା ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ଣ୍ଣ ସହଯୋଗ କରିଥିଲେ । ଅତିରିକ୍ତ ଜିଲ୍ଲାଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.