ପାରଳାଖେମୁଣ୍ଡି : ଆସନ୍ତା ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ଷ୍ଟେସନ ଯୋଜନା ରେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ନବୀକରଣ ର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଭାସି ମାଧ୍ୟମରେ ଯୋଗ ଦେବେ ତେବେ ଏହା ପୂର୍ବରୁ ପାରଳା ବିଧାୟକ କେ.ନାରାୟଣ ରାଓ ଷ୍ଟେସନ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପ୍ରସ୍ତୁତି ନେଇ ରେଳ ବିଭାଗ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ରେଳ ଚଳାଚଳ ଓ ଷ୍ଟେସନ ଉନ୍ନତି ପାଇଁ ବିଧାୟକ ଅନେକ ସମୟରେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ , ରେଳ ମନ୍ତ୍ରାଳୟ ଦିଲ୍ଲୀ , ବିଶାଖାପାଟଣା ସ୍ଥିତ ଡି.ଆର୍.ଏମ୍ ଅଫିସ ଗସ୍ତ କରି ଦାବୀ ଜଣାଇଥିଲେ। ଦୀର୍ଘ ଦିନର କାର୍ଯ୍ୟ କୁ ପ୍ରଧାନମନ୍ତ୍ରୀ ଉନ୍ନତିକରଣ କରୁଥିବା ଯୋଗୁଁ ଅଞ୍ଚଳବାସୀ ଙ୍କ ତରଫରୁ ବିଧାୟକ କୃତଜ୍ଞତା ଜଣାଇବା ସହ ଅନ୍ୟାନ୍ୟ ଉନ୍ନତି ପାଇଁ ଆବଶ୍ୟକୀୟ ପ୍ରସ୍ତାବ ଦିଆଯାଇଛି ବୋଲି ବିଧାୟକ କହିଛନ୍ତି।
ସେହିପରି ଖୁବଶୀଘ୍ର ରାଣିପେଣ୍ଠା ଗ୍ରାମ ନିକଟରେ ଏକ ଓଭରବ୍ରିଜ ନିର୍ମାଣ କାମ ଆରମ୍ଭ ହେବ ଓ ଅମୃତ ଷ୍ଟେସନ ଯୋଜନା ରେ ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ପାରଳା ଷ୍ଟେସନ୍ ଅନ୍ତର୍ଭୁକ୍ତ ରହିଥିବା କହିଛନ୍ତି ବିଧାୟକ।
ବିଧାୟକଙ୍କ ପରିଦର୍ଶନ ବେଳେ ଷ୍ଟେସନ ସୁପରଟେଣ୍ଡଣ୍ଟ ରମାକାନ୍ତ ବେହେରା , ଜ୍ୟୋତି ପ୍ରସାଦ ପାତ୍ରଙ୍କ ସହ ଅନେକ ସ୍ଥାନୀୟ ବାସିନ୍ଦା ଓ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.