-
୧୪୪୧୬ ନମ୍ବରରେ କଲ୍ କରି ଛାତ୍ରଛାତ୍ରୀ ନେଇ ପାରିବେ ସହାୟତା
-
ସ୍ୱାସ୍ଥ୍ୟ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ପ୍ରୟାସ
ଭୁବନେଶ୍ୱର: ରାଜ୍ୟରେ ଏବେ ମାଟ୍ରିକ ପରୀକ୍ଷା ଚାଲୁଥିବାବେଳେ ଆଗାମୀ ଦିନରେ ଅନ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବାକୁ ଯାଉଛିା ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିତ ପଦକ୍ଷେପ ଗ୍ରହଣ କରାଯାଇଛିା ଚାପଗସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଛି “ଟେଲି ମାନସ’ ସେବା, ବିଭାଗ ପକ୍ଷରୁ ଏକ ଟୋଲ ଫ୍ରୀ ନମ୍ବର ୧୪୪୧୬ ଜାରି କରାଯାଇଛିା ପରୀକ୍ଷା ସମୟରେ ପିଲାମାନେ ଚାପ ଓ ଚିନ୍ତାରେ ରହିଥାନ୍ତିା ଏ ଦିଗରେ ସଚେତନତା ବୃଦ୍ଧି କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛିା ପରୀକ୍ଷା ସମୟରେ ଚାପଗ୍ରସ୍ତ ଥିଲେ ଏହି ଟୋଲ ଫ୍ରୀ ନମ୍ବରରେ ଫୋନ୍ କରି ଛାତ୍ରଛାତ୍ରୀ ଏବଂ ଅଭିଭାବକ ବିଶେଷଜ୍ଞଙ୍କ ମତାମତ ନେଇ ସେମାନଙ୍କ ଦ୍ୱନ୍ଦ ଦୂର କରିପାରିବୋ