ଭୁବନେଶ୍ୱର, ୨୪/୦୨: ନର୍ସିଂ କ୍ଷେତ୍ରକୁ ପରିବ୍ୟାପ୍ତ କରିବା ନିମନ୍ତେ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ସାସ୍ଥ୍ୟ ସେବା କ୍ଷେତ୍ରରେ ଗବେଷଣା ଅଧୁକ ଗୁରୁତ୍ବ ରଖୁଥିବା ବେଳେ ନର୍ସିଂ ଶିକ୍ଷା ଗ୍ରହଣ କରୁଥିବା ଏବଂ ଏ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷ ନୂତନ ଗବେଷଣାରେ ମନୋନିବେଶ କରିବା ଉଚିତ୍ ବୋଲି ମତ ରଖୁଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ।
ସୋଆ ପରିଚାଳିତ ସମ୍ ନର୍ସିଂ ’ କଲେଜ ପକ୍ଷରୁ ଆୟୋଜିତ ‘ଲିଡିଙ୍ଗ୍ ଇନୋଭେସନ୍ ଇନ୍ ରିଭାମ୍ପିଙ୍ଗ ଭାରିୟସ୍ ନର୍ସିଂ ରିସର୍ଚ୍ଚ ଡିଜାଇନ୍ସ’ ଶୀର୍ଷକ ଶୀର୍ଷକ ଏକ ଦିବସୀୟ ଜାତୀୟ କର୍ମଶାଳା ଏନ୍ସିଓଏସ୍ଏସ୍ଏନ୍ସି -୨୦୨୪ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ନନ୍ଦ କହିଥିଲେ ଯେ ଗବେଷଣାକୁ ସୋଆ ଅଧିକ ଗୁରୁତ୍ବ ଦେଉଥିବା ବେଳେ ଗତ ୧୦ ବର୍ଷ ମଧ୍ୟରେ ଏଠାରେ ୫୦୦ ରୁ ଉର୍ଦ୍ଧ୍ବ ଜାତୀୟ ଓ ଆନ୍ତର୍ଜାତିକ କର୍ମଶାଳା ଆୟୋଜିତ ହୋଇଛି । ଗବେଷଣା କ୍ଷେତ୍ରରେ ଗୁଣାବତାର ଅଧିକ ଆବଶ୍ୟକତା ଥିବା ପ୍ରଫେସର ନନ୍ଦ କହିଛନ୍ତି ।
କାର୍ଯ୍ୟକ୍ରମରେ ଭୁବନେଶ୍ଵର ଏମ୍ସ କଲେଜ ଅଫ୍ ନର୍ସିଂର ଅଧ୍ୟକ୍ଷା ଆଶା ପି ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆ ଏଭଳି କର୍ମଶାଳା ଆୟୋଜନ କରିଥିବାରୁ ଆନନ୍ଦ ବ୍ୟକ୍ତ କରିଥିଲେ । ନର୍ସିଂ ଭଳି ବୃତ୍ତିରେ ଯେଉଁଠାରେ ସେ ସେବା ସବୁଠାରୁ ଗୁରୁତ୍ବପୂର୍ଣ ସେଭଳି କ୍ଷେତ୍ରରେ ଗବେଷଣାର ଅନେକ ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
କର୍ମଶାଳାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ କ୍ରମରେ ଏସ୍ଏନ୍ସିର ଡିନ୍ ପ୍ରଫେସର ପ୍ରଭାତୀ ତ୍ରିପାଠୀ ସାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆସୋସିଏଟ୍ ଡିନ୍ ପ୍ରଫେସର ସସ୍ମିତା ଦାସ କର୍ମଶାଳା ସମ୍ପର୍କିତ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।
କର୍ମଶାଳାର ଅର୍ଗାନାଇଜିଂ ସେକ୍ରେଟାରୀ ଶ୍ରୀମତି ପ୍ରତିଭା ଖୋସଲା ଧନ୍ୟବାଦ ଅର୍ପଣ କରିଥିଲେ |