ବଡବିଲର ୧୪୭ ଛାତ୍ରୀଙ୍କୁ ଆର୍ସଲରମିତଲ ନିପ୍ପନ ଷ୍ଟିଲ ଇଣ୍ଡିଆ ପକ୍ଷରୁ ବେଟି ପଢ଼ାଓ ସ୍କଲାରସିପ୍ ପ୍ରଦାନ

0 2

ବଡ଼ବିଲ /ଭୁବନେଶ୍ୱର : ଆର୍ସଲରମିତଲ ନିପ୍ପନ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନଏସ ଇଣ୍ଡିଆ) ବଡ଼ବିଲସ୍ଥିତ ରୁଙ୍ଗଟା ଟାଉନ୍ ହଲର ଅଡିଟୋରିୟମ୍‌ରେ ଆୟୋଜିତ ଏକ ସମ୍ବଦ୍ଧନା ଉତ୍ସବରେ ବଡ଼ବିଲ ଅଚଂଳର ୧୪୭ ଜଣ ଛାତ୍ରଛାତ୍ରୀଙ୍କୁ ‘ବେଟି ପଢ଼ାଓ ସ୍କଲାରସିପ୍’ ପ୍ରଦାନ କରିଛି ।

ଏଏମ୍/ଏନଏସ ଇଣ୍ଡିଆର ସିଏସ୍‌ଆର୍ ପ୍ରକଳ୍ପ ବେଟି ପଢ଼ାଓ ସ୍କଲାରସିପ୍‌ର ପୂର ଲକ୍ଷ୍ୟ ହେଉଛି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଛାତ୍ରୀମାନଙ୍କୁ ସେମାନଙ୍କ ଶିକ୍ଷାଗତ ଆକାଂକ୍ଷା ପୂରଣ କରିବା ପାଇଁ ବୃତି ପ୍ରଦାନ କରି ଶିକ୍ଷାରେ ଥିବା ଅର୍ଥର ବାଧକତାକୁ ଦୂର କରିବ । କନ୍ଯା ସନ୍ତାନର ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରୟାସ ସହିତ ଏହି ପଦକ୍ଷେପ ଯୋଡ଼ି ହୋଇଛି । ନ‌ବମ ଶ୍ରେଣୀ ଛାତ୍ରୀଙ୍କଠାରୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ଶିକ୍ଷା, ସ୍ନାତକ, ଆଇଟିଆଇ, ଡିପ୍ଲୋମା, ଇଞ୍ଜିନିୟରିଂ, ମେଡିକାଲ, ବୃତିଗତ ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରୀଙ୍କୁ ଏହି ବୃତି ପ୍ରଦାନ କରାଯାଇଛି । ଏଏମ୍ ଏନ୍‌ଏସ୍ ଇଣ୍ଡିଆର ଏହି କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା, ଗୁଜରାଟ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ମହାରାଷ୍ଟ୍ରର ଯୁବତୀମାନଙ୍କୁ ବୃତି ପ୍ରଦାନ କରାଯାଇଛି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଡ଼ବିଲ ବିଲ ତହସିଲଦାର ଡିଏସ୍ ଶୁଭଦର୍ଶୀ ଯୋଶୀ ଏହି ବୃତି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ଖଣି ପରିଚାଳନା ମୁଖ୍ୟ ଶରଣପ୍ପା କାମ୍ବଲି , ଠାକୁରାଣୀ ଖଣିର ଖଣି ପରିଚାଳକ ପ୍ରମୋଦ ମିଶ୍ର, ସାଗାସାହି ଖଣିର ଖଣି ପରିଚାଳକ ଏଲ୍ ଡି ବାବୁ ଏବଂ ସିଏସ୍‌ଆର୍ ଲିଡ଼ ଅଶୋକ ପଣ୍ଡା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଛାତ୍ରୀବୃତି ସଂଗ୍ରହ ପାଇଁ ଏଏମ / ଏନଏସ ଇଣ୍ଡିଆ ପ୍ରୋଟେଆନ ଟେକନୋଲଜି ସହିତ ସହଭାଗୀ ହୋଇଛି । ଏକ ଅଗ୍ରଣୀ କର୍ପୋରେଟ୍ ଛାତ୍ରୀବୃତି ପରିଚାଳନା ପ୍ଲାଟଫର୍ମ ପ୍ରୋଟେଆନ ସ୍କଲାରସିପ୍ ଏଏମ୍/ଏନଏସ ଇଣ୍ଡିଆ ଦ୍ଵାରା କରାଯାଇଥିବା ଛାତ୍ରୀବୃତି ର ଆବେଦନ, ବୈଧତା, ଚୟନ ଏବଂ ବୃତି ବିତରଣ କାର୍ଯ୍ୟକୁ ପରିଚାଳନା କରିଥିଲେ ଲେ ।

ଏହି କାର୍ଯ୍ୟକ୍ରମରେ ବୃତି ପ୍ରାପ୍ତକର୍ତାଙ୍କ ହୃଦୟସ୍ପର୍ଶୀ ସଫ ଫଳତାର କାହାଣୀ ପ୍ରଦର୍ଶିତ ହୋଇଥିଲା ଯେଉଁ ଯେଉଁମାନେ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ହୋଇପାରିଥିଲେ, ଏବଂ ଅନ୍ୟମାନଙ୍କୁ ସେମାନଙ୍କ ଙ୍କ ସ୍ୱପ୍ନକୁ ନିରନ୍ତର ଅନୁସରଣ କରିବାକୁ ପ୍ରେରଣା ଣା ଦେଇଥିଲେ । ବେଟି ପଢ଼ାଓ ସ୍କଲାରସିପ୍ ମାଧ୍ୟମରେ ଏହିପରି ଛାତ୍ରୀମାନଙ୍କୁ କେ କେବଳ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇନଥାଏ ବରଂ ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରିବ ପାଇଁ ପାଇଁ କ୍ଷମତା ମଧ୍ୟ ପ୍ରଦାନ କରିଥା ।

ଏଏମ୍/ଏନ୍ ଏସ୍ ଇଣ୍ଡିଆର ଏହି ଏହି ଉଦ୍ୟମକୁ ପ୍ରଶଂସା କରି ବଡ଼ବିଲର ତହସିଲଦାର ଡି ଏସ୍ ସୁଭଦର୍ଶୀ ଯୋଶୀ କହିଛନ୍ତି ଯେ ଏଏମ୍/ଏନଏସ ଇଣ୍ଡିଆ ଦ୍ବାରା ନିଆଯାଇଥିବା ପଦକ୍ଷେପ ଖୁବ ପ୍ରଶଂସାଯୋଗ୍ୟ, ଯାହା ଦ୍ଵାରା ଆମ ବଡ଼ବିଲ ଅଚଂଳର ୧୪୭ ଛାତ୍ରୀ ଉପକୃତ ହୋଇପାରିବେ । ଏହିଭଳି ଳି ପଦକ୍ଷେପ ଛାତ୍ରୀମାନଙ୍କ ଶିକ୍ଷାଗତ ଆଶା ଓ ଆକାଂକ୍ଷାକୁ ଆଗକୁ ବଢାଇବା ସହ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସେମାନଙ୍କୁ ସଶକ୍ତ କରିବ ।”

ଏହି ଅବସରରେ ଏଏମ୍ ଏନ୍‌ଏସ୍ ଇଣ୍ଡିଆର, ବଡ଼ବିଲ ଖଣି ଅପରେସନ୍ ମୁଖ୍ୟ ଶରଣପ୍ପା କାମ୍ବଲି କହିଛନ୍ତି, “ବେଟି ପଢ଼ାଓ ସ୍କଲାରସିପ୍ ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ ତଥା ଏହି ଅଂଳର ଯୁବତୀମାନଙ୍କୁ ଶିକ୍ଷାଗତ ଲକ୍ଷ୍ୟ ହାସଲ କରିବା ପାଇଁ ଏକ ଅନୁକ୍ରମଣିକା ଭାବରେ କାର୍ଯ୍ୟ କରିବ । ଆମ ସମାଜର ସମସ୍ତ ବିଭାଗରେ ସବୁ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଆମେ ପ୍ରତିଶୃତିବଦ୍ଧ ଏବଂ ଭବିଷ୍ୟତରେ ଆମେ ଏହି ଭଳି ଅନେକ ପ୍ରକାରର କାର୍ଯ୍ୟକ୍ରମର ଯୋଜନା କରୁଛୁ ।”

Leave A Reply

Your email address will not be published.