ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ସ୍କାଉଟ ଜିଲ୍ଲାର ସ୍କାଉଟ ଆଣ୍ଡ ଗାଇଡ ତରଫରୁ ସେକ୍ଟର ୧ ଠାରେ ଥିବା ସ୍କାଉଟ ଭବନ ଠାରେ ଚିନ୍ତନ ଦିବସ ପାଳିତ ହୋଇଯାଇଛି। ସ୍କାଉଟ ଆଣ୍ଡ ଗାଇଡ ର କମିଶନର ବ୍ରଜେନ୍ଦ୍ର ଦାଶ ଙ୍କ ସଭାପତିତ୍ବ ଓ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକ ଙ୍କ ଆବାହକତ୍ଵ ଓ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯାଜପୁର ଜିଲ୍ଳାର ଶିକ୍ଷକ ନେତା ବିଷ୍ଣୁ ଚରଣ ସାହୁ ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଚରିତ୍ର ଗଠନ, ସେବା ମନୋଭାବ, ସ୍ବଛତା ଓ ପରିବେଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାସହ ଚଳିତ ବର୍ଷ ଚିନ୍ତନ ଦିବସର ଥିମ୍ ପରିବେଶ ଓ ଦାରିଦ୍ର୍ୟ ଦୂରୀକରଣ ଉପରେ ଆଲୋଚନା କରାଯାଇଥିଲା। ସୂଚନାଯୋଗ୍ୟ ଯେ ସ୍କାଉଟ ଆଣ୍ଡ ଗାଇଡ ର ପ୍ରତିଷ୍ଠାତା ଲେଡି ୱଡେନ ପାୱଲ ଙ୍କ ଜନ୍ମ ଦିବସ, ପ୍ରତ୍ୟେକ ବର୍ଷ ଫେବୃଆରୀ ମାସ ୨୨ତାରିଖକୁ ଚିନ୍ତନ ଦିବସ ରୁପେ ପାଳନ କରାଯାଇଥାଏ। ଏହି କାର୍ଯ୍ୟକ୍ରମରେ ସହରର ଥିବା ବିଭିନ୍ନ ବିଦ୍ୟାଳୟ ଯଥା ସେକ୍ଟର ୬ସ୍ଥିତ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ, ଓଏସଏପି, ଦୀପିକା ଇସ୍ପାତ ଶିକ୍ଷା ସଦନ, ଉଦିତ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ, ନୀଳମାଧବ ବିଦ୍ୟା ମନ୍ଦିର,ଇଣ୍ଡୋ ଇଂଲିଶ ସ୍କୁଲ,ଡିଭାଇନ ଲାଇଫ ର ସ୍କାଉଟ ଆଣ୍ଡ ଗାଇଡ ତଥା ସେମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର,ମେରୀ ସାହୁ, ସୁଜାତା ମହାନ୍ତି, ସୁଜାତା ଦାସ, ଲକ୍ଷ୍ମୀ ସାହୁ, ଶ୍ରୀବତ୍ସ ସାମଲ, ସୁଶାନ୍ତ ବିଶ୍ବାଳ, ନିରଞ୍ଜନ ପରିଡ଼ା, ଜେନିପ୍ରିୟା ଲାକ୍ରା, ଦେବାଶିଷ ପାତ୍ର,ଲିପିନା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ। ପ୍ରାରମ୍ଭରେ ସ୍କାଉଟ ଆଣ୍ଡ ଗାଇଡର ପତାକା ଉତ୍ତୋଳନ ସହ ବ ସଂଗୀତ ଗାନ କରାଯାଇଥିଲା। ଏହି ଅବସରରେ ସେକ୍ଟର ୬ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ଆସ୍ଥା ନାଟକ ମଞ୍ଚସ୍ଥ କରାଯାଇଥିଲା। ଶେଷରେ ସହକାରୀ ଜିଲ୍ଲା କମିଶନର ରମାକାନ୍ତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.