ରାଉରକେଲା, (ବସନ୍ତ କୁମାର ଜେନା): ସମାଜସେବୀ ପ୍ରଶାନ୍ତ ସେଠୀ ଙ୍କ ପଞ୍ଚମ ପର୍ଯ୍ୟାୟ ଜନନୀ ସମ୍ପର୍କ ଅଭିଯାନ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ର ଦକ୍ଷିଣ ରାଉରକେଲା ର ବିଭିନ୍ନ ପ୍ରାନ୍ତ ରୁ ଆସି ମଡର୍ଣ୍ଣ ଇଣ୍ଡିଆ ଅଞ୍ଚଳ ରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ଶତାଧିକ ମହିଳା ଯୋଗଦେବା ସହିତ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ସମାଜସେବୀ ଶ୍ରୀ ସେଠୀ ପହଞ୍ଚି ତାଙ୍କ ନିଆରା ଢଙ୍ଗରେ ମା, ମାଉସୀ ଓ ଭଉଣୀ ଙ୍କ ସୁଖଦୁଃଖ ବୁଝିଥିଲେ। ସରକାର ଙ୍କ ର ଥିବା ବିଭିନ୍ନ ଯୋଜନା ବିଷୟରେ ଗୋଟିଏ ପରେ ଗୋଟିଏ ବର୍ଣ୍ଣନା କରି ତାର ସୁଫଳ କିପରି ମା ଭଉଣୀ ପାଇବେ ସେ ବାବଦରେ ଅବଗତ କରାଇଥିଲେ । ଏହି ଅବସରରେ କିଛି ମା ସେମାନଙ୍କ ନିଜ ନିଜର ବିଭିନ୍ନ ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା କୁ ସମାଧାନ କରିବା ପାଇଁ ପ୍ରଶାନ୍ତ ଙ୍କ ପାଖରେ ଉପସ୍ଥାପନା କରିଥିଲେ। ସରକାର ଙ୍କ ଯୋଜନା ଭିତରେ ମା ଭଉଣୀ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ବାବଦରେ ମଧ୍ୟ ମା ଭଉଣୀ ମାନଙ୍କୁ ଶ୍ରୀ ସେଠୀ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ଅବସରରେ ସେ କହିଥିଲେ ସମସ୍ଯା ଅଛି ଓ ରହିବ, ତାର ସମାଧାନ ସୁତ୍ର ଆମକୁ ହିଁ ବାହାର କରିବାକୁ ପଡିବ। ସରକାର ଏକ ବ୍ଯାବସ୍ଥା ତେଣୁ ଧୈର୍ଯ୍ୟହରା ନ ହୋଇ ଆମେ ସମସ୍ତେ ମିଶି ଏହାର ସମାଧାନ କରିବା ଓ ଆମ ଅଞ୍ଚଳ ର ବିକାଶ ସହ ସମସ୍ତ ଙ୍କ ପରିବାର ହସ ଖୁସି ଭରିଯିବ ସେ ନେଇ ପ୍ରଚେଷ୍ଟା ଜାରି ରଖିବା।ଏହି କାର୍ଯ୍ୟକ୍ରମ ରେ ବିଷ୍ଣୁ ପ୍ରିୟା ରାଉତ, ପ୍ରତିମା ପାଣିଗ୍ରାହୀ,ମିନତୀ ପାତ୍ର,ନମିତା ଜେନା,କବିତା ବାରିକ, ମମତା ରାଣୀ ବାରିକ, ନମିତା ମହାନ୍ତି, ତିମି ଶାତୁ, ସୁଷମା ବେହେରା, ବେବିନା ସେଠୀ, ମଞ୍ଜୁ ମାନି, ବିଦୁଲତା ସାହୁ, ଗାୟତ୍ରୀ ରାଉତ ପ୍ରମୁଖ ତ୍ୱରାନ୍ୱିତ କରିଥିଲେ | ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀ ରେ ଏପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରଶାନ୍ତ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post