ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା}: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରା ଲୁଣ୍ଡା ପଞ୍ଚାୟତ ର ବେଡି ଗୋବା ଗ୍ରାମରେ ଗତ ୧୭ ତାରିଖରେ ହୋଇଥିବା ଗୁଳିମାଡ଼ ଘଟଣାରେ ପୁଲିସ ଜଣେ ଶିକାରୀକୁ ଗିରଫ କରିଛି। ଉକ୍ତ ଦିନ ରାତିରେ ଜାଗୁର (ଅଭିଯୁକ୍ତ) ଶିକାରକୁ ଯିବା ପୂର୍ବରୁ ଘରେ ଥିବା ଦେଶୀ ବନ୍ଧୁକର ଟ୍ରିଗର୍ ଉପରେ ହାତ ପଡିଯିବାରୁ ସାମ୍ନାରେ ଖଟରେ ଶୋଇଥିବା ତାର ସ୍ତ୍ରୀ ସ୍ୱପ୍ନା ସାହୁର ଅଣ୍ଟାରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ସ୍ୱପ୍ନାକୁ ସକାଳେ ଆମ୍ବୁଲାନ୍ସ ଯୋଗେ ତାର ମାଆ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରିଥିଲେ। ଗତକାଲି ଜଙ୍ଗଲ ଭିତରୁ ଜାଗୁରକୁ ଭଞ୍ଜନଗର ପୁଲିସ ଧରିବା ସହ ତଦନ୍ତ ସମୟରେ ତା ନିକଟରୁ ଉକ୍ତ ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ଏସଂକ୍ରାନ୍ତରେ ଭଞ୍ଜନଗର ଥାନା କେସ ନଂ ୧୫୨/୨୪ଧାରା ୩୦୭ଆଇପିସି ଆର୍ମସ୍ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଥାନାଧିକାରୀ ଶ୍ରୀ କୁମାର ମୁଦୁଲି ଏବେ ଏବେ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.