ନୟାଗଡ଼,(ଲକ୍ଷ୍ମୀଧର ସାହୁ): ସିକିମ୍ ସ୍ୱତ୍ୱଧାରୀଙ୍କୁ ଆଭାସୀ ଯୋଗେ ସ୍ଥିତିବାନ ପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୟାଗଡ଼ ଓସ୍ବାନ ହଲରେ ଆୟୋଜିତ ପଟ୍ଟା ବଣ୍ଟନ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଅନୁମତି କ୍ରମେ ସିକିମ୍ ସ୍ୱତ୍ୱଧାରୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ଭୂ-ସଂସ୍କାର ଆଇନ ୧୯୬୦ରେ ଆବଶ୍ୟକୀୟ ସଂଶୋଧନ ଆଣିବା ପାଇଁ । ଫଳ ସ୍ୱରୂପ ରାଜ୍ୟ ସରକାରଙ୍କ ଏହି ଐତିହାସିକ ପଦକ୍ଷେପ ଯୋଗୁଁ ଆଜି ରାଜ୍ୟର ୨.୫୪ ଲକ୍ଷ ସିକିମ୍ ସ୍ୱତ୍ୱଧାରୀ ଉପକୃତ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାର ୧୩ଜଣ ସିକିମ୍ ସ୍ୱତ୍ୱଧିକାରୀଙ୍କୁ ଆଜି ପଟା ପ୍ରଦାନ କରାଯାଇଥିଲା। ସିକିମ ସ୍ୱତ୍ୱଧିକାରୀ ଚାଷୀଙ୍କୁ ସ୍ଥିତିବାନ ପଟ୍ଟା ପ୍ରଦାନ କରାଯିବା ଫଳରେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଏହି ଚାଷୀମାନେ ସରକାରୀ ସୁବିଧା ସୁଯୋଗ ପାଇବା ସହ ତାଙ୍କ ଦଖଲରେ ଥିବା ଜମି ଉପରେ ସ୍ଥାୟୀ, ବଂଶାନୁକ୍ରମିକ ଓ ହସ୍ତାନ୍ତରଯୋଗ୍ୟ ଅଧିକାର ପାଇବେ । ରାଜ୍ୟ ସରକାରଙ୍କର ଏହି ଲୋକାଭିମୁଖୀ ପଦକ୍ଷେପକୁ ସବୁ ମହଲରେ ଭୂୟସୀ ପ୍ରଶଂସା କରାଯାଇଥିବା ବେଳେ ନୟାଗଡ଼ ଜିଲ୍ଲାର ସିକିମ ସ୍ୱତ୍ୱଧିକାରୀମାନେ ହୃଦୟର ସହ ଏହାକୁ ସ୍ୱାଗତ କରିଛନ୍ତି । ଏହି ପଟ୍ଟା ବଣ୍ଟନ ସମାରୋହରେ ଉପ ଜିଲ୍ଲାପାଳ କର୍ଣଦେବ ସମାଦର, ଜିଲ୍ଲାର ସମସ୍ତ ତହସିଲଦାର, ପଟ୍ଟା ହିତାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.