ରାଣୀସାହେବାଙ୍କ ଅବଦାନକୁ ସମ୍ମାନିତ କରିବା ପାଇଁ ଦାବି କଲା ବରିଷ୍ଠ ନାଗରିକ ମଞ୍ଚ

3

ଖଲ୍ଲିକୋଟ( “ଶାସକ ପ୍ରଶାସକ/ଶିବରାମ ଜେନା) : ଆଜି ସ୍ଥାନୀୟ ଖଲ୍ଲିକୋଟ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ପ୍ରେସ୍ ମିଟ୍ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ହରପ୍ରସାଦ ମହାପାତ୍ର, ଶ୍ରୀ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ, ବରିଷ୍ଠ ଆଇନଜୀବି ଶ୍ରୀ ରାଜେନ୍ଦ୍ର ପ୍ରସାଦ ରଥ, ଶ୍ରୀ ପ୍ରଭାତ କୁମାର ମିଶ୍ର ମଞ୍ଚାସିନ ଥିବା ବେଳେ ପ୍ରେସ୍ ମିଟ୍ ର ଶ୍ରୀ ଅଶ୍ଵିନୀ କୁମାର ମହାନ୍ତି, ଶ୍ରୀ ଅଶୋକ କୁମାର ‌ତ୍ରିପାଠୀ, ଶ୍ରୀ ସିଲୁ ବିଶ୍ଵାଳ, ଶ୍ରୀ ମୁନା ସାହୁ, ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର, ଶ୍ରୀ ନଗେନ୍ଦ୍ର ସାହୁ, ଶ୍ରୀ ଅମର ସାହୁ, ସମାଜସେବୀ, ସତ୍ୟ ନି଼ୟୁଜ ୨୪ ରିପୋର୍ଟ ର ତଥା ମର୍ଦ୍ଦରାଜ ଶିକ୍ଷକ ସଂଘ ର ଉପଦେଷ୍ଟା ଶ୍ରୀ ଶିବରାମ ଜେନା ସମେତ ଅନ୍ୟାନ୍ୟ ସାମ୍ବାଦିକମାନେ ଉପସ୍ଥିତ ଥିଲେ। ଆଜିର ସାମ୍ବାଦିକ ସମ୍ମିଳନୀରେ ରାଣୀ ସାହେବଙ୍କ ସ୍ମୃତି ଚାରଣ କରି ଆତ୍ମା ରସଦ୍ ଗତି ପାଇଁ ପ୍ରାର୍ଥନା କରିଥିଲେ । ନାରୀ ଜାତି , ବାଳିକା, ଛାତ୍ରଛାତ୍ରୀଙ୍କ ବିକାଶ ମହିଳା ସଶକ୍ତିକରଣ , ବାଳିକା ଶିକ୍ଷାର ପ୍ରସାର କ୍ଷେତ୍ରରେ ରାଣୀସାହେବାଙ୍କ ଅବଦାନ ପରିପ୍ରେକ୍ଷୀରେ ତାଙ୍କୁ ଜାତୀୟ ସମ୍ମାନ ପ୍ରଦାନ କରାଇବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପଠାଇବାର ନିଷ୍ପତ୍ତି ନେଇଛନ୍ତି |

Leave A Reply

Your email address will not be published.