ବାଇକ ଦୁର୍ଘଟଣା ରେ ଯୁବକ ମୃତ, ଅଞ୍ଚଳରେ ଶୋକର ଛାୟା

3

ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ:( ଶାସକ ପ୍ରଶାସକ)ମୟୂରଭଂଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ହାଇସ୍କୁଲ ପାଖ ରାସ୍ତା ପାର୍ଶ୍ବ ଏକ ଖାଲ ଭିତରେ ପଡି ଯୁବକ ଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଝାରପୋଖରୀଆ ବଜାରରୁ ଦୋକାନ ବନ୍ଦ କରି ରାଉତରା ଗ୍ରାମର ଶ୍ରୀ ବସନ୍ତ ଘୋଷ ଙ୍କ ପୁତ୍ର ସୁଜିତ୍ କୁମାର ଘୋଷ ମଟର ସାଇକେଲ ଯୋଗେ ଘରକୁ ଯାଉଥିବା ବେଳେ ହାଇସ୍କୁଲ ପାଖ ଏକ ଖାଲ ଭିତରେ ମଟର ସାଇକେଲ ସହ ପଡ଼ି ରହିଥିବାର ଦେଖି ପ୍ରାୟ ୧୦:୪୫ ମିନିଟ୍ ସମୟରେ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଶିର୍ଷା ଡ଼ାକ୍ତରଖାନା କୁ ନେଇଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଝାରପୋଖାରୀଆ ପୁଲିସ ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ କରିବା ସହିତ ଥାନା କେସ ନମ୍ବର ୪୬/୨୪ ରେ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପି ଆର ଏମ ଡାକ୍ତରଖାନା କୁ ପଠାଇଥିଲେ ଏବଂ ଶବ ବ୍ୟବଚ୍ଛେଦ ପରେ ଶବକୁ ପରିବାରର କୋକଙ୍କୁ ହସ୍ତାନ୍ତର କରିଥିଲେ । ପରିବାର ଲୋକେ ତାଙ୍କ ମୃତ୍ୟୁ କୁ ନେଇ ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି । ତେବେ ସୁଜିତ୍ ଙ୍କ ମୃତ୍ୟୁ ରେ ଝାରପୋଖାରିଆ ଅଞ୍ଚଳ ତଥା ସମସ୍ତ ଦୋକାନୀ ଭାଇଙ୍କ ମଧ୍ୟରେ ଶୋକରଛାୟା ଖେଳି ଯାଇଛି । 

Leave A Reply

Your email address will not be published.