ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୪ ତମ ଜନ୍ମ ଜୟନ୍ତୀ ପାଳନ

0 3

ଭୁବନେଶ୍ୱର: ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର ଙ୍କ ୨୬୪ ତମ ଜନ୍ମ ଜୟନ୍ତୀ ଗ୍ରାମ ବାଲିଆ ବରି ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ତାଙ୍କର ଜନ୍ମ ୧୭୬୦ ରେ ସ୍ଥାନ ବାଲିଆ ଯାଜପୁରରେ ହୋଇ ୧୫ ଜୁନ ୧୮୦୬ ରେ ମାତ୍ର ୪୬ ବର୍ଷ ରେ ବିୟୋଗ ଘଟି ଥିଲା, ତାଙ୍କ ଗ୍ରାମ ପାଖରେ ପ୍ରସିଦ୍ଧ ବୁଦ୍ଧିଷ୍ଟ ରତ୍ନଗିରି ମହାବିହାର ରହି ଥିଲା ବାପା ଇନ୍ଦ୍ରଜିତ ସାମନ୍ତ ସିଂହାର ଳଙ୍କ ପିଲା ନ ଥିଲେ ।

ଅଭିମନ୍ୟୁଙ୍କ ଜନ୍ମ ନିମନ୍ତେ ସନ୍ଥ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି ଥିଲେ ସନ୍ଥ ମଧ୍ଯ ତାଙ୍କର ପାଠ ପଢିବା ଗୁରୁ ଥିଲେ, କବି ତାଙ୍କର ବୟସ ୯ବର୍ଷ ବେଳେ ପ୍ରଥମ କବିତା ଲେଖି ଥିଲେ । କବିତା ଟି ହେଉଛି କରମଙ୍ଗା ଗଛ ଛାଇ ଗୋ ମୋର ହୁଁ ଗୋ, କରମ ଯାହାର ସଫଳ ହୋଇବ କୃଷ୍ନ ଙ୍କୁ ଲଭିବ ସେହି ଗୋ, ମୋର ହୁଁ ଗୋ.. ବିଦଗ୍ଧ ଚିନ୍ତାମଣି ତାଙ୍କର ସର୍ବଶ୍ରେଷ୍ଠ କୃତି, ସେ ପ୍ରାୟ ୧୦୦ ଟି ରାଗ ତାଙ୍କ ଛାନ୍ଦ ଗୁଡିକ ରେ ବ୍ୟବହାର କରୁଥିଲେ ।

ସେ ବିଦଗ୍ଧ ଚିନ୍ତାମଣି ଲେଖିବା ସହ ପ୍ରେମ ଚିନ୍ତାମଣୀ, ପ୍ରେମ କଳା, ରାସବତୀ, ସୁଲକ୍ଷଣା, ପ୍ରେମ ତରଙ୍ଗିଣୀ, ବାଘ ଗୀତ, ଚଢ଼େଇ ଗୀତ ଗୁଡିକ ପ୍ରମୁଖ ସ୍ଥାନ ଅଧିକାର କରି ଥିଲା ଆଜିର ଏହି ଜୟନ୍ତୀ ପାଳନ ଅବସରରେ ଭୂମିପୁତ୍ରୀ ବରେଣ୍ୟ ବିଧାୟିକା ସୁନନ୍ଦା ଦାସ ବରୀ ଉଦଘାଟକ ଭାବେ. ସେବକ ଶ୍ରୀଜଗନ୍ନାଥ ମନ୍ଦିର ପୁରୀ ଶ୍ରୀ କିର୍ତ୍ତୀ ପ୍ରକାଶ ଦାସ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ଡ଼ ନାରାୟଣ ମହାପାତ୍ର ସମ୍ମାନିତ ଅତିଥି ପ୍ରବକ୍ତା ଶ୍ରୀ ଭାସ୍କର ବେହେରା ବକ୍ତା ଭାବେ ଅକ୍ଷୟ କୁମାର ସାହୁ ଅତିଥି ଭାବେ ଓ ବିଦଗ୍ଧ କବିଙ୍କ ପରିବାର ର ମୁଖ୍ୟ ମାନେ ଯୋଗ ଦେଇଥିଲେ ।

ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥବା ଝିଅ ଓ ପୁଅ ମାନଙ୍କୁ ପୁରସ୍କୃତ କରାଯାଇଥିଲା କବି ଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରୟାସ କରିବାକୁ ସମସ୍ତଙ୍କୁ ଆହ୍ଵାନ କରା ଯାଇଥିଲା

Leave A Reply

Your email address will not be published.