ଵରଗଡ: ଵରଗଡ ବନଖଣ୍ଡ ପଦ୍ମପୁର ବନାଞ୍ଚଳ ତରଫରୁ ରାଜବୋରାସମ୍ବର ବ୍ଲକ ର ଜମରତଲା ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଉପଲକ୍ଷେ ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଲ୍ଲା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ ମୁଖ୍ୟ ଅତିଥି ଭାବେ ଜମରତଲା ସରପଞ୍ଚ ବିଦୁ ଭୂଷଣ ଚାନ୍ଦ,ମୁଖ୍ୟ ବକ୍ତା ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ବରଗଡ଼ ପ୍ରକୃତି ବନ୍ଧୁ ସଂପାଦକ ମୀନକେତନ ସାହୁ,ସମ୍ମାନୀତ ଅତିଥି ଭାବରେ ରାଜବୋରାସମ୍ବର୍ ବ୍ଳକ୍ ଉପାଧ୍ୟକ୍ଷା ସଂଯୁକ୍ତା ଚାନ୍ଦ ଏବଂ ସାମ୍ବାଦିକ ଜୟନ୍ତ ସେଠ୍,ଜିଲ୍ଲା ପରିଷଦ ସଭ୍ୟ ମକରଧ୍ବଜ ବଗାର, ଜମରତଳା ବନ ସୁରକ୍ଷା ସମିତି ସଭାପତି ପ୍ରଦୀପ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରି ଜଙ୍ଗଲ ନିଆଁ ନିରାକରଣ ସମ୍ପର୍କ ରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଚେତନ ହେମା ନାଟ୍ୟ ସଂସଦ ଢୋଲବନ୍ଧ ତରଫ ରୁ ମାକଡ ବିହା ସମ୍ପର୍କିତ ଏକ ଜଙ୍ଗଲ ନିଆଁ ନିରାକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯାଇଥିଲା।ଏହି ଶିବିରରେ ପଦ୍ମପୁର ବନାଞ୍ଚଳ ର ବିଭିନ୍ନ ବନ ସୁରକ୍ଷା ସମିତି ର ସଭାପତି,କର୍ମକର୍ତ୍ତା,ସ୍ଥାନୀୟ ସ୍ଵଂୟ ସହାୟିକା ଗୋଷ୍ଠୀ ର ସଦସ୍ୟା,ଏମବିକେ, ସିଆରପି,ସମସ୍ତ ଫରେଷ୍ଟର,ଫରେଷ୍ଟ ଗାର୍ଡ, ଗଜ ସାଥି,ଫରେଷ୍ଟ କର୍ମଚାରୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ସଫଳ ମଣ୍ଡିତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଆମ ଜଙ୍ଗଲ ଯୋଜନା ଟିମ୍ ଲିଡର ପ୍ରକାଶ ଚନ୍ଦ୍ର ହୋତା ସଂଯୋଜନା କରିଥିଲେ
Sign in
Sign in
Recover your password.
A password will be e-mailed to you.
Prev Post