ନୂଅାଁଖାଇ ପିଠା ପଣା ଖାଇବାର ଉତ୍ସବ  ନୁହେଁ, ସଂସ୍କୃତି,ପରମ୍ପରା ଓ ଭାଇଚାରାକୁ ବଜାୟ ରଖିବାର ମହାନ ଗଣପର୍ବ: କେଭି 

0

 ବଙ୍ଗୋମୁଣ୍ଡାରେ ନୂଅାଁଖାଇ ଭେଟଘାଟ୍ନୂ

ଟିଟିଲାଗଡ଼,(ସୁନୀଲ ବେହେରା):  ବଙ୍ଗୋମୁଣ୍ଡା ଖେଳପଡ଼ିଆରେ ନୂଅାଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆବାହକ ରାଷ୍ଟ୍ରପତି ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ  ଏହି ନୂଅାଁଖାଇ ଭେଟଘାଟ୍ରେ ସର୍ବେ ପ୍ରଥମେ ବଙ୍ଗୋମୁଣ୍ଡା ହଜାର ହଜାର କର୍ମୀ ଏକତ୍ରୀତ ହୋଇ ଏକ ବିରାଟ ଶୋଭାଯାତ୍ରା ବାହାରୀ ନଗର ପରିକ୍ରମା କରି ଗ୍ରାମର ଅଧିଷ୍ଠାତ୍ରୀ  ଦେବୀ ଦ୍ୱାରସନୀ ମନ୍ଦିର ଯାଇଁ ସେଠାରେ ମାଁ ଦ୍ୱାରସନୀଙ୍କୁ ପୂଜାଅର୍ଚ୍ଚନା କରି ପୁଣି ନଗର ପରିକ୍ରମା କରି ମଞ୍ଚକୁ ପଞ୍ଚିଥିଲେ । ରାଷ୍ଟ୍ରପତି ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂଦେଓ,ସମ୍ମାନିତ ଅତିଥିଭାବେ ପ୍ୟାରେଲାଲ ଜାଙ୍ଗଡ଼ା,ଆଇନଜୀବି ଅଶୋକ ଦାସ,ଅନିଲ ନାୟକ,କିଶୋର କୁମାର ଜୈନ,ପ୍ରଶାନ୍ତ ନାୟକ,ମଧୁସୂଦନ ମହାନନ୍ଦ,ସତ୍ୟନାରାୟଣ ଭୋଇ,ପରମାନନ୍ଦ ହାତୀ ପ୍ରମୁଖ ମଞ୍ଚାସୀନ ଥିଲେ । ମଞ୍ଚରେ ସର୍ବପ୍ରଥମେ ମାଁ ଦ୍ୱାରସନୀଙ୍କ ଫଟୋଚିତ୍ରଙ୍କୁ ପୂଜାଅର୍ଚ୍ଚନା କରି ନବାନ୍ନ  ନୁଆଚୁଡ଼ା ଭୋଗଲଗାଇ ପୂଜା କରିଥିଲେ ଓ ପରମ୍ପରା କୁ ନେଇ ଆଦିବାସୀ ମାନେ ତାଙ୍କ ଅସ୍ତ୍ରଶସ୍ତ୍ର ଧରି ପ୍ରଦର୍ଶନ କରିଥିଲେ । ପରେ  ଶ୍ରୀ  ବେହେରା ମଞ୍ଚାସୀନ ଅତିଥି ମାନଙ୍କୁ ଓ ସମସ୍ତ ଜଣସାଧାରଣକୁ ନୂଅାଁକୁଣା ଖାଇବାକୁ ଦେଇ ନୂଅାଁଖାଇ ଜୁହାର କରିଥିଲେ । ପାଟଣାଗଡ଼ ବିଧାୟକ ଶ୍ରୀ ସିଂଦେଓ ନୂଆଁଖାଇ ପିଠା ପଣା ଖାଇବାର ଉତ୍ସବ  ନୁହେଁ ଏହା ଏଠାକାର ସଂସ୍କୃତି,ପରମ୍ପରା ଓ ଭାଇଚାରାକୁ ବଜାୟ ରଖିବାପାଇଁ ମହାନ ଗଣପର୍ବ ବୋଲି କହିଥିଲେ । ଶ୍ରୀ ବେହେରା ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହା ଆମ ପଶ୍ଚିମ ଓଡ଼ିଶା ପାଇଁ ନୂଅାଁଖାଇ ମହାନ ଗଣପର୍ବ ଏହାକୁ ନେଇ ବିଭିନ୍ନ ରାଜନେତା ମାନେ ଏହି ନୂଅାଁଖାଇ ଭେଟଘାଟକୁ ଏକ ରାଜନୈତିକ  ଭେଟଘାଟ କରି ଆମ ଭିତରେ ଭାଇଚାରାକୁ ଫାଟ ସୃଷ୍ଟି କରିଦେଉଛନ୍ତି । ନୂଅାଁଖାଇ ଭେଟଘାଟ୍ କୈାଣସି ରାଜନେତିକ ପାର୍ଟି ନୂହେଁ ଏହା ହେଉଛି ଆମ ପଶ୍ଚିମ ଓଡ଼ିଶାର ଭାଇଚାରାକୁ ଏକତ୍ର କରିବା ପାଇଁ ନୂଅାଁଖାଇ ଭେଟଘାଟ୍ ଏହାଏକ ମହାନ ଗଣପର୍ବ ବେଲି ଜନସାଧାରଣଙ୍କୁ ଆହ୍ୱାନ ଦେଇ କହିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଅଞ୍ଚଳର ପ୍ରତିଭାବନ ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ଅତିଥି ଶ୍ରୀ ସିଂଦେଓ ସମସ୍ତଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧନା ଦିଆଯାଇଥିଲା । ମଞ୍ଚ ପରିଚାଳନା କରିଥିଲେ ନାରାୟଣ ମିଶ୍ର ଓରେଣୁରଞ୍ଜନ ବାଗ । ପରେ ସାଂସ୍କୃତିକ  କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।

Leave A Reply

Your email address will not be published.