କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ,କୃଷକ ବିରୋଧି ଏବଂ ଜାତୀୟତା ବିରୋଧୀ ଧ୍ବଂସ କାରୀ ନୀତି ଗୁଡିକ ବିରୋଧରେ ଦେଶବ୍ୟାପୀ ହରତାଳ ।

0 2

ଖଲ୍ଲିକୋଟ(ଶିବରାମ ଜେନା): ସ୍ଥାନୀୟ ଖଲ୍ଲିକୋଟ ଠାରେ ସଂଯୁକ୍ତ କିଷାନମୋର୍ଚା, କେନ୍ଦ୍ରୀୟ ଟ୍ରେଡୟୁନିୟନ ମାନଙ୍କ ର ମିଳିତ ମଞ୍ଚ ଏବଂ ସ୍ବାଧୀନ ଫେଡେରସନ୍ ସମୂହ, ଓଡ଼ିଶା ତରଫରୁ ଵନ୍ଦ ଡାକରା ଅନୁଷ୍ଠିତ ହୋଇଯାଇଛି । ଖଲ୍ଲିକୋଟ ବ୍ଳକ୍ ଠାରୁ ଆରମ୍ଭ ହୋଇ ଵିରାଟ ଶୋଭା ଯାତ୍ରା ରେ ବିଭିନ୍ନ ପଞ୍ଚାୟତ ତଥା ଖଲ୍ଲିକୋଟ ର ସାମିଲ୍ ଥିବା AITUC ,AIKS BKMU, NFIW, AIYF, AISF ଗଞ୍ଜାମ ଜିଲ୍ଲା କମିଟିର ର କର୍ମୀ ମାନଙ୍କ ସମାବେଶ ହୋଇଥିଵାର ପରିଲକ୍ଷିତ ହୋଇଥିଲା। ଏ ପରିପ୍ରେକ୍ଷୀରେ ସମସ୍ତ କର୍ମୀ ତଥା ନେତା ମାନେ ବସଷ୍ଟାଣ୍ଡ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖ ରେ ସ୍ଲୋଗାନ ଦେଇଥିବା ବେଳେ ବିକ୍ଷୋଭ ପ୍ରଦର୍ଶନ କରିବା ର ଦେଖିବାକୁ ମିଳିଥିଲା । ଏ ଅବସରରେ ଗଞ୍ଜାମ ଜିଲ୍ଲା AITUC ସହ ସମ୍ପାଦକ ଦୁର୍ଗାଚରଣ ପାତ୍ର, କମ୍ୟୁନିଷ୍ଟ ପାର୍ଟିର ନେତା ରଘୁନାଥ ନାଥ ଗୌଡ଼,ବରିଷ୍ଠ ଆଇନଜୀବି ସିମାଞ୍ଚଳ ବେହେରା, ବ୍ଳକ୍ ସଭାପତି ମେଘନାଦ ଦଳାଇ, ପିସିସି ସଭ୍ୟ ବିଶ୍ଵଜିତ ତରାଇ, କଂଗ୍ରେସ ନେତା ମନମୋହନ ସାହୁ, ଯୁବ କଂଗ୍ରେସ ନେତା ପ୍ରଭାତ ସାମନ୍ତରାୟ, କଂଗ୍ରେସ ନେତାଦୀନବନ୍ଧୁ ଅଧିକାରୀ,ଭୋକାଲି ସେଠୀ ,କୃଷକ ନେତା ଙ୍କ ପକ୍ଷରୁ ଗଣଧାରଣା ଦିଆଯାଇଥିବା ସ‌ହ ପ୍ରତିବାଦର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏ ଅବସରରେ AITUCର ଜିଲ୍ଲା ସମ୍ପାଦକ ଶ୍ରୀ ଅଳକା ନାଥ ମିଶ୍ର ସଭାପତି ର ସ୍ଥାନ ପାଇଥିଲା ବେଳେ ବରିଷ୍ଠ ବାମ ନେତା ବୃନ୍ଦାବନ ପଣ୍ଡା, ଆଞ୍ଚଳିକ ସମ୍ପାଦକ କିଶୋର କୁମାର ଶତପଥି, ଓ ଭୀଷ୍ମ ଗିରି ଶାଖା ସହ ସମ୍ପାଦକ ଚନ୍ଦ୍ର ସେଠୀ ଉଦ୍ ଵୋଧନ ଦେଇଥିବା ସୁଚନା ମିଳିଛି।
ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ଅଶୋକ କୁମାର ସେଠୀ, ପର୍ଶୁରାମ ବିଷୋୟୀ,ରମେଶ ଭୂୟାଁ,ମୂଷା ବେହେରା ,ବାବୁ ବେହେରା, ବାରିକ ଭୂୟାଁ, ଦଣ୍ଡପାଣି ସାହୁ ପ୍ରଦୀପ ପରିଡା,ଫିରୋଜବିଷୋ‌ୟୀ ଓ ସହଯୋଗୀ ମାନେ ଉପସ୍ଥିତ ଥିଲେ ବୋଲି ଖବର ନେବାରୁ ଜଣାପଡିଛି। ଖଲ୍ଲିକୋଟ ରେ ଶାନ୍ତି ପୂର୍ଣ୍ଣ ଭାବେ ଵନ୍ଦ ପାଳନ ହେଉଥିବାର ପରିଲକ୍ଷିତ ହୋଇଥିଲା।

Leave A Reply

Your email address will not be published.