ପାଟକୁରାର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନରେ ଯୁବ ସମାଜ ସେବୀ ପ୍ରକାଶ ନାୟକ

0 2

ପାଟକୁରା, ୧୫/୦୨(ଶାସକ ପ୍ରଶାସକ): ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ଏହାର ଉଷ୍ମତା ଧୀରେ ଧୀରେ ବଢ଼ିବାରେ ଲାଗିଛି।ବିଜେଡି ଟିକେଟ ହାତେଇବା ପାଇଁ ପାଟକୁରା ନିର୍ବାଚନ ମଣ୍ଡଳୀରେ ଅଗ୍ରୱାଲା ପରିବାର,ଉଠା ଜଳସେଚନ ବିଭାଗର ଅଧ୍ୟକ୍ଷ ଅମରେଶ ପତ୍ରୀ, ଅଜୟ ରାଉତ,ରବି ସାମଲଙ୍କ ସମେତ ବିଜେଡି ଦଳର କେତେକ ଆଗ ଧାଡ଼ିର କର୍ମୀଙ୍କ ନାଁ ଆସୁଥିବା ବେଳେ ସାମ୍ନାକୁ ଆସିଛନ୍ତି ଆଉ ଜଣେ ଚେହେରା ପ୍ରକାଶ ନାୟକ। ନିଜ ସମର୍ଥକଙ୍କ ଗହଣ ରେ ସହ ଏକ ବାଇକ୍ ରାଲିରେ ଗୁରୁବାର ଅପରାହ୍ନରେ ସଲାରୋ ପଥ ପ୍ରାନ୍ତ ଠାରୁ ଆରମ୍ଭ କରି ଅନୁଆପଡା, ଗହଗା, ନରସିଂହପୁର, ଦାନପୁର ସମେତ ଚାନ୍ଦୋଳ ଖରିଦା ସାହିର ବିଭିନ୍ନ ସରସ୍ଵତୀ ପୂଜା ମଣ୍ଡପ ବୁଲି ଦେଖିବା ସହ ମା ‘ ମାଉସୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।୨୦୦୮ମସିହାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ସେ ସମାଜ ସେବାରେ ରହିଥିବା କଥା କହିଛନ୍ତି ।ନିର୍ବାଚନୀ ବିଜେଡି ଟିକେଟ ମିଳୁ କି ନମିଳୁ ସେ ସମାଜ ସେବାରେ ବ୍ରତୀ ରହିବେ ବୋଲି କହିଥିଲେ ।

Leave A Reply

Your email address will not be published.