କେନ୍ଦ୍ରାପଡ଼ା ସତ୍ୟରଞ୍ଜନ ପଣ୍ଡା (ଶାସକ ପ୍ରଶାସକ): ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗ୍ରାମାଞ୍ଚଳ ଲୋକମାନଙ୍କ ଗମନା ଗମନର ସୁବିଧା ପାଇଁ ଲକ୍ଷ୍ମୀ ବସ ଗଡି ଥିବା ବେଳେ ଆଜି କେନ୍ଦ୍ରାପଡ଼ାରେ ଗଡିଲା ଲକ୍ଷ୍ମୀ ବସ ।ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ବସ ସଂଯୋଗ ସୁନିଶ୍ଚିତ କରିବା ସହ ସୁଲଭ ଓ ନିର୍ଭର ଯୋଗ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଏହି ଐତିହାସିକ ଯୋଜନା ପାଇଁ କେନ୍ଦ୍ରାପଡ଼ାର ଗ୍ରାମାଞ୍ଚଳର ଜନସାଧାରଣଙ୍କ ମନରେ ଅଙ୍କୁରିତ ହୋଇଛି ଆଶା ଓ ବିଶ୍ବାସ।ଏହାର ଲକ୍ଷ୍ୟ ହେଉଛି ପଞ୍ଚାୟତର ଅର୍ଥନୀତିକୁ ଗତିଶୀଳ କରାଇବା, ଗ୍ରାମାଞ୍ଚଳର ମହିଳା ମାନଙ୍କୁ ସଶକ୍ତ କରିବା ଏବଂ ପର୍ଯ୍ୟଟନ ଓ ଆଞ୍ଚଳିକ ଅର୍ଥ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ।ଏହି ଲକ୍ଷ୍ମୀ ବସ ଯୋଜନାରେ 5t ଅଧ୍ୟକ୍ଷ ଭିକେ. ପାଣ୍ଡିଆନ ଆଭାସୀ ମାଧ୍ୟମରେ ମତ ବ୍ୟକ୍ତ କରିଥିଲେ ।ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିବା ପରେ କେନ୍ଦ୍ରାପଡ଼ା ସମେତ ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାରେ ଲକ୍ଷ୍ମୀ ବସ ଗଡ଼ିଛି।ଏହି ଅବସରରେ ଭୁବନେଶ୍ୱର ଠାରେ ମାନ୍ୟବର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଆଭାସୀ ମାଧ୍ୟମରେ ଯୋଗ ଦେଇଥିବା ବେଳେ କେନ୍ଦ୍ରାପଡ଼ା ସ୍ଵୟଂ ଶାସିତ ମହା ବିଦ୍ୟାଳୟ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ,ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ନିଲୁ ମହାପାତ୍ର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା ଓ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ମଞ୍ଚାସୀନ ଥିଲେ ।କେନ୍ଦ୍ରାପଡ଼ା ଜିଲ୍ଲାକୁ ଶୀତ ତାପ ନିୟନ୍ତ୍ରଣ ବିହୀନ ୩୬ଟି, ଶୀତ ତାପ ନିୟନ୍ତ୍ରଣ ୮ଟି ଏବଂ ୩ଟି ସାଧାରଣ ଏହିଭଳି ୪୭ଟି ବସ ଯୋଗାଇ ଦିଆଯିବାର ଲକ୍ଷ୍ୟ ମଧ୍ୟରୁ ଆଜି କେନ୍ଦ୍ରାପଡ଼ା କଲେଜ ପରିସରରୁ ୧୪ଟି ବସ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାତ୍ରା ଆରମ୍ଭ କରିଛି ବୋଲି ଓଡ଼ିଶା ରାଜ୍ୟ ସଡ଼କ ନିଗମର ମ୍ୟାନେଜର ସୂଚନା ଦେଇଛନ୍ତି ।ଲକ୍ଷ୍ମୀ ବସରେ ମହିଳାମାନେ ପଞ୍ଚୟତରୁ ବସକୁ ମାତ୍ର ୫ଟଙ୍କା ଦେଇ ଯାତାୟାତ କରିପାରିବେ ।ଫଳରେ ଗ୍ରାମାଞ୍ଚଳର ଛାତ୍ରୀ,ମହିଳା ଓ SHG ମହିଳା ସଦସ୍ୟ ତଥା ମହିଳା କୃଷକ ମାନେ ସୁଲଭ ମୂଲ୍ୟରେ ସହରାଞ୍ଚଳକୁ ଯାତ୍ରା କରିପାରିବେ ।ଲକ୍ଷ୍ମୀ ବସ ଯାତ୍ରୀ ଓ ସଡ଼କ ସୁରକ୍ଷାକୁ ଗୁରୁତ୍ଵ ଦେଇ ମହିଳା ମାନଙ୍କୁ ସଶକ୍ତ ଓଡ଼ିଶା ଗଠନରେ ଭାଗିଦାରୀ କରାଇବେ ।ଆଜିର ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ ଧୀରେନ୍ଦ୍ର କୁମାର ନାୟକ, ବିଭିନ୍ନ ବ୍ଲକର ବିଡ଼ିଓ, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ/ଅଧ୍ୟକ୍ଷା ,SHG ମହିଳା,ଅଙ୍ଗନବାଡ଼ି କର୍ମୀ,ମିଶନ ଶକ୍ତିର ସଦସ୍ୟା ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.