ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶହୀଦ୍ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କୁ ଗଭୀର ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

0

ବଲାଙ୍ଗିର ,(ନିରୋଜ ମିଶ୍ର ) ଛତିଶଗଡର ଦାନ୍ତେୱାଡାରେ କାର୍ଯ୍ୟରତ ଦୂରଦର୍ଶନର ଦିଲ୍ଲୀ ଫଟୋ ପ୍ରତିନିଧି ତଥା ବଲାଙ୍ଗିର ଜିଲ୍ଲା ଲୋଇସିଂହା ଅନ୍ତର୍ଗତ ଘୁଷୁରାମୁଣ୍ଡା ଗ୍ରାମର ବାସିନ୍ଦା ସାମ୍ବାଦିକ ଅଚ୍ୟୁତାନନ୍ଦ  ସାହୁ ନକ୍ସଲଙ୍କ ଗୁଳିରେ ଶହୀଦ ହୋଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ବଲାଙ୍ଗିର ଜିଲ୍ଲାବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ବିଶେଷ କରି ସାମ୍ବାଦିକ ମହଲରେ ଏହି ଦାରୁଣ ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ଆଜି ସନ୍ଧ୍ୟାରେ ସାମ୍ବାଦିକ ଭବନଠାରେ ସଂଘର ଉପସଭାପତି ବଲରାମ ମିଶ୍ରଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଶହୀଦ୍ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କ ଫଟୋଚିତ୍ରରେ ଜିଲ୍ଲା ସାମ୍ବାଦିକ ସଂଘର ସଦସ୍ୟମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ ପରେ ସ୍ୱର୍ଗତ୍ ଆତ୍ମାର ସଦ୍ଗତି କାମନା କରାଯାଇଥିଲା ।  ସାମ୍ବାଦିକ ସତ୍ୟନାରାୟଣ ବେହେରା, ଗୋପବନ୍ଧୁ ଶତପଥୀ, ଶରତଚନ୍ଦ୍ର ମିଶ୍ର, ସୁନୀଲ ମହାନ୍ତି ଏବଂ ରଂଜିତ ବେହେରା ମଂଚାସୀନ ଥିବା ବେଳେ ସାମ୍ବାଦିକ ସତ୍ୟସୁନ୍ଦର ଭଂଜ, ଆନଂଦ ଚଂଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିରେନ୍ଦ୍ର ଝାଙ୍କର, ରଘୁନନ୍ଦନ ସିଂ, ପ୍ରଶାନ୍ତ ମହାକୁର ଆଦି ବହୁ ସାମ୍ବାଦିକ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ସାମ୍ବାଦିକ ନବୀନ ପଶାୟତ, ପ୍ରଦୀପ୍ତ ମିଶ୍ର, ଚନ୍ଦ୍ରଭାନୁ ମୋଲାନା, ମହମ୍ମଦ ଶେଖ୍ ୱାହିଦ୍, ସୁଦୀପ୍ତ ଗୁରୁ, ଦୀପକ ପୁରୋହିତ, ସଚ୍ଚିଦାନନ୍ଦ ବଗର୍ତ୍ତି, ଶ୍ୟାମପ୍ରସାଦ ଗୁରୁ, ମୋହନଲାଲ ଅଗ୍ରୱାଲ, ଶରତ ମହାକୁର, ପବନ ବନ୍ସଲ୍, ରାଜୀବ ଷଡ଼ଙ୍ଗୀ ଆଦି ସାମ୍ବାଦିକ ଯୋଗଦାନ କରିଥିଲେ । ଶୋକସଭା ପରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅମର ଆତ୍ମାର ସଦ୍ଗତି ଉଦ୍ଦେଶ୍ୟରେ ସମବେତ ସାମ୍ବାଦିକମାନଙ୍କ ଦ୍ୱାରା ମହମବତୀ ପ୍ରଜ୍ୱଳନ କରାଯାଇଥିଲା । 

Leave A Reply

Your email address will not be published.