ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଥିବା ମୁଖ୍ୟ ଡାକଘର ( ହେଡ୍ ପୋଷ୍ଟ ଅଫିସ୍ )ରେ ଶ୍ରୀ ପଞ୍ଚମୀ ବା ମାଁ ସରସ୍ଵତୀ ଙ୍କ ପୁଜା ଉତ୍ସବ ସହିତ ତ୍ରୟ ଦିବସୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ ମହା ଆଡମ୍ବରରେ ପାଳିତ ହୋଇଯାଇଛି।
ଭଞ୍ଜନଗର ସହରର ମୁଖ୍ୟ ରାସ୍ତାରେ ଥିବା ବହୁପୁରାତନ ଡାକଘର ତଥା ଇଂରେଜ ଅମଳର କହିଲେ ଅତ୍ୟୁକ୍ତି ହେବନାହିଁ, ସେଠାରେ ଦୀର୍ଘ ବର୍ଷ ହେବ କେବଳ ଶ୍ରୀପଞ୍ଚମୀ ଦୀନ ମାଁ ସରସ୍ଵତୀ ଙ୍କ ପୁଜା ଉତ୍ସବ ଅନୁଷ୍ଠିତ ହୋଇଆସୁଛି। କିନ୍ତୁ ଚଳିତ ବର୍ଷ ଉକ୍ତ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ ଓ ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ଫେବୃଆରୀ ମାସ ୧୪ ଠାରୁ ୧୬ ତାରିଖ ପ୍ରତ୍ୟେକ ସଂଧ୍ୟା ରେ ଅନୁଷ୍ଠିତ ହୋଇଥିଲା। ଆଜି ତାର ଉଦଜାପନ ବା ଶେଷ ସଂଧ୍ୟା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଡାକ ଅଧିକ୍ଷକ ବ୍ରହ୍ମପୁର ମଣ୍ଡଳ ରୁ ଶ୍ରୀଯୁକ୍ତ ତାରିଣୀ ଚରଣ ପାଢୀ ଓ ସମ୍ନାନିତ ଅତିଥି ମୁଖ୍ୟ ଡାକ ଅଧ୍ୟକ୍ଷା ଆସିକା ଡାକ ମଣ୍ଡଳରୁ ଶ୍ରୀମତୀ କିରଣ ମାଳା ପଣ୍ଡା ଯୋଗଦାନ କରିଥିଲେ। ଭଞ୍ଜନଗର ର ପ୍ରଧାନ ଡ଼ାକ ପାଳ ଶ୍ରୀ ଶୁଭାଶିଷ ମଣ୍ଡଳ, ସହକାରୀ ଡାକ ପାଳ ଶ୍ରୀ ମିହିର ପ୍ରସାଦ ପଟ୍ଟନାୟକ , ବରିଷ୍ଠ ଡାକ କର୍ମଚାରୀ ଶ୍ରୀ ଶମ୍ଭୁ ପ୍ରସାଦ ତ୍ରିପାଠୀ , ଡାକ ସହାୟକ ଶ୍ରୀ ବିଜୟ କୁମାର ପଣ୍ଡା ସମେତ ମିଥୁନ ରାଉତ, ମହେଶ୍ୱର ବିଷୋୟୀ, ବସନ୍ତ କୁମାର ମହାରଣା, ରୋଜାଲିନ, ମିହିର ମହାରଣା, କୃଷ୍ଣ ସାହୁ,ଶୋଭନ୍ ଭୋଲେ, ଉକ୍ତ ଉତ୍ସବରେ ବିଶିଷ୍ଟ ରୁପେ ଅଂଶ ଗ୍ରହଣ କରିଥିଲେ। ସମଗ୍ର ମଞ୍ଚ କୁ ସୁଚାରୁରୂପେ ପରିଚାଳନା କରିଥିଲେ ଶ୍ରୀ ସୁମନ ସଙ୍ଗିତ ପଟ୍ଟନାୟକ। ଅନୁଷ୍ଠିତ ହୋଇଥିବା ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅନେକ ସ୍ଥାନୀୟ ପ୍ରତିଭାଶାଳୀ କଳାକାର ଓ ଶିଶୁ କଳାକାର ନିଜ ନିଜର ବିଭିନ୍ନ କଳାକୁ ପରିବେଷଣ କରି ଅତିଥି ମାନଙ୍କୁ ଏବଂ ଉପସ୍ଥିତ ଦର୍ଶକ ମାନଙ୍କୁ ବିମୋହିତ କରି ପ୍ରଶଂସନୀୟ ହୋଇପାରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗନେଇ ଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.