ପାରଳା ପୌରାଞ୍ଚଳରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରାଞ୍ଚଳର ୨ ନମ୍ବର ୱାର୍ଡ ରେ ଶୁକ୍ରବାର ଦିନ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ତଥା ବି ଏସ୍ କେ ୱାଇ କାର୍ଡ , ବିଜୁ ପକ୍କା ଘର ସହ ସହରାଞ୍ଚଳର ଲୋକଙ୍କ ପାଇଁ ପ୍ରଚଳିତ ହେଉଥିବା ବିଭିନ୍ନ ଯୋଜନା ସହ ସହରର ଉନ୍ନତି ପାଇଁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ , ବିଜେଡି ଯୁବ ସଭାପତି ଏସ୍.ଲିଙ୍ଗରାଜ , ପ୍ରଦୀପ ନାୟକ , ବସନ୍ତ ଦାସ , ଜମିଦାର ପଟ୍ଟନାୟକ ପ୍ରମୁଖଙ୍କ ସହ ଦଳୀୟ ନେତା ଉପସ୍ଥିତ ଥିଲେ।

Leave A Reply

Your email address will not be published.