ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ପାଇଁ ଆଠଦିନ ଧରି ଚାଲିଥିବା ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ସଫଳତାର ସହ ଉଦଯାପିତ ହୋଇଯାଇଛି।
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ତଥା ଏହି କାର୍ଯ୍ୟକ୍ରମର ନୋଡାଲ ଅଫିସର ଶ୍ରୀମତୀ ଅମ୍ବିକା ଦେବୀ ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ ପଟ୍ଟନାୟକ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳର ଆବଶ୍ୟକତା କଣ ତାହା ବିଭିନ୍ନ ଉଦାହରଣ ଏବଂ କାହାଣୀ ମାଧ୍ୟମରେ ବୁଝାଇଥିଲେ। ସମ୍ମାନୀତ ଅତିଥି ରୂପେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଶ୍ରୀ ଡି. ପ୍ରିୟଙ୍କା ସାମ୍ପ୍ରତିକ ସମାଜରେ ନାରୀର ଗୁରୁତ୍ବ ଏବଂ ତାଙ୍କ ସୁରକ୍ଷାର ଆବଶ୍ୟକତା ଉପରେ ମତ ରଖିବା ସହ ନାରୀଶକ୍ତିର ମହନୀୟତା ଉପରେ ଆଲୋକପାତ କରିଥିଲେ। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଅଧୁନା ସମୟରେ ନାରୀ ସମସ୍ୟା ଏବଂ ନାରୀ ଜାଗରଣ ଉପରେ ନିଜ ମନ୍ତବ୍ୟ ରଖିଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ତଥା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ସଂଯୋଜିକା କ୍ୟାପଟେନ ଅନିତା କୁମାରୀ ପାଢୀ ଅତିଥି ପରିଚୟ ପ୍ରଦାନ କରିଥିଲେ। କ୍ରୀଡା ପ୍ରଶିକ୍ଷିକା ଶ୍ରୀମତି ବିଜୟଲକ୍ଷ୍ମୀ ପଣ୍ଡାଙ୍କ ତତ୍ତ୍ଵାବଧାନରେ ପରିଣୀତା ଶବର ଲଳିତା ପଡ଼ିଆରୀ ଦୀପ୍ତିମୟୀ ସାହୁ ଆମରକ୍ଷା କୌଶଳ ଗୁଡ଼ିକ ପ୍ରଦର୍ଶନ କରିଥିଲେ। ପରିଶେଷରେ ଇତିହାସ ଅଧ୍ୟାପକ ଡଃ ନୃସିଂହ ପ୍ରସାଦ ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.