ଅନୁଷ୍ଠାନର ନବକଳେବର ପାଇଁ ସରକାର ଙ୍କୁ ଜନସାଧାରଣଙ୍କ ନିବେଦନ
ଖଲ୍ଲିକୋଟରୁ ଶିବରାମ ଜେନା/ ଶାସକ ପ୍ରଶାସକ : ଖଲ୍ଲିକୋଟ ରାଜ ଉଆସରେ ଅବସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅନୁଷ୍ଠାନ । ଉକ୍ତ ଅନୁଷ୍ଠାନ ଟି ୧୯୯୪ ମସିହା ରେ ସ୍ଥାପିତ ହୋଇଛି । ପ୍ରଥମେ ଏଠି ଇ. ଟି. ଥିଲା, ତାପରେ ସି.ଟି ହେଲା, ସି.ଟି ରୁ ଡି.ଆ .ଇ .ଟି ହେଲା । ଗଞ୍ଜାମ ଜିଲ୍ଲାର ବହୁ ଦୂରଦୂରାନ୍ତରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶିକ୍ଷକ ତାଲିମ ନେବା ପାଇଁ ଏଠାକୁ ଆସୁଥିବା ବେଳେ ଏବେ ଛାତ୍ରାବାସର ଅବସ୍ଥା କହିଲେ ନସରେ।
ରାଜାଙ୍କ ସମୟରେ ଉକ୍ତ ଛାତ୍ରାବାସ ପର୍ବ ଘର ବୋଲି ଜନଶ୍ରୁତି ରୁ ଜଣାପଡିଛି। ପରବର୍ତ୍ତୀ ସମୟରେ ଏହା ଛାତ୍ରାବାସରେ ରୂପାନ୍ତରିତ କରାଯାଇଥିଲା । କିନ୍ତୁ ଏବେ ଏହି ଛାତ୍ରାବାସର ଅବସ୍ଥା ଅତି ଦୟନୀୟ, | ଜରାଜୀଣ୍ଣ ଅବସ୍ଥା ଆଡକୁ ଗତି କରୁଥିବା ଏହି ଛାତ୍ରାବାସର ଛାତ ରୁ ପାଣି ଗଳୁଛି, ପଡ଼ିଥିବା ଟିଣ ଗୁଡ଼ିକ ଜାଲି ଫିଟି ଗଲାଣି । ଏଣେ ହଷ୍ଟେଲ ର ଚତୁଃପାର୍ଶ୍ଵରେ ବେଷ୍ଟିତ ହୋଇଛି ଗଛଲତା ଓ ପରିତ୍ୟକ୍ତ ଅବସ୍ଥାରେ ରୋଷେଇ ଗୃହ ଦେଖିବାକୁ ମିଳିଛି। ତା ସାଙ୍ଗକୁ ଅନୁଷ୍ଠାନର ଅଧିନରେ ଥିବା ସରକାରଙ୍କ ଜମିରେ ଏନ୍ଏ ସି ଜବରଦସ୍ତ ରୋଡ଼ ପକାଇଛି | ଜନ ସାଧାରଣଙ୍କ ଜବରଦଖଲ ରେ ମଧ୍ୟ କିଛି ଜାଗା ଥିବା ଦେଖିବାକୁ ମିଳିଛି।
ଏ ସଂକ୍ରାନ୍ତରେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନେଇନାହାନ୍ତି। ଖଵର ନେବାରୁ ଜଣାପଡିଛି ଯେ, ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ୧୯୫୬ ମସିହାରେ ଦାନକ୍ରୟ ୧୭ ଏକର ପରିମିତ ଜାଗା ଦେଇଥିଲେ। ପ୍ରଜା ମାନଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତିକରଣ ରେ ବିନିଯୋଗ ହେବ ଏବଂ ଭବିଷ୍ୟତ ରେ ଆହୁରି ଶିକ୍ଷା ର ବିସ୍ତାର ଘଟିବ । କିନ୍ତୁ ଏହା ଏବେ ଜରାଜୀର୍ଣ୍ଣ ଅବସ୍ଥା ରେ ଦେଖିବାକୁ ମିଳିଛି। ପ୍ରଶାସନ ତରଫରୁ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ଅନୁଷ୍ଠାନର ନବକଳେବର କରିବା ପାଇଁ ସରକାର ଙ୍କୁ ଜନସାଧାରଣ ନିବେଦନ କରିଛନ୍ତି ।