ଭବ୍ୟ ତୁର୍ଣ୍ଣାମେଣ୍ଟ ର ଉଦ୍ଘାଟନ କଲେ ବିଜୟ ବାବୁ ଙ୍କର ସୁପୁତ୍ରୀ ବିଧାୟିକା ବର୍ଶା ସିଂ ବରିହା
ବରଗଡ ;ପଦ୍ମପୁର ନିର୍ବାଚନ ମଣ୍ଡଳୀର ଭୂତପୂର୍ବ ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ପଦ୍ମପୁର ଅଞ୍ଚଳରେ ଜଣେ ବିକାଶ ପ୍ରିୟ ରାଜନେତା ଭାବରେ ଯେତେ ପରିଚିତ , ଜଣେ ଭଲ ଖେଳାଳି ଭାବରେ ମଧ୍ୟ ତାଙ୍କର ଖ୍ୟାତି ରହିଛି । ମୁଖ୍ୟତଃ ଫୁଟବଲ ଖେଳିବାକୁ ଓ ସାଇକଲ ଚାଳନା କରିବାକୁ ସେ ଭଲ ପାଉଥିବା ବେଳେ ଖୋଲା ପଡିଆ ରେ ଖେଳା ଯାଉଥିବା ସମସ୍ତ ଖେଳ ପ୍ରତି ତାଙ୍କର ରୁଚି ଥିଲା । ଏହା ସହିତ ସନ୍ଧ୍ୟା ସମୟରେ ନିଜର ଅନ୍ତରଙ୍ଗ ବନ୍ଧୁ ମାନଙ୍କ ସାହିତ ସେ କ୍ୟାରେମ ଖେଳିବା ପସନ୍ଦ କରୁଥିଲେ । କେବଳ ଖେଳିବା ନୁହଁ, ଖେଳ ସହିତ ପ୍ରତ୍ୟକ୍ଷ ଭାବରେ ଜଡିତ ଥିବା ସମସ୍ତ ଖେଳାଲି ମାନଙ୍କୁ ଖୁବ ପ୍ରୋତ୍ସାହିତ ତଥା ସବୁ ପ୍ରକାର ର ସହଯୋଗ କରି ଆସୁଥିଲେ । ଆଜି ବିଜୟ ବାବୁ ନାହାନ୍ତି ସତ , ହେଲେ ଅଞ୍ଚଳ ବାସୀ ଙ୍କର ହୃଦୟରେ ଆଜି ବି ତାଙ୍କର ଅବଦାନ ତାଙ୍କୁ ଅମର କରି ରଖିଛି ।
ପାଇକମାଲ ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ ଓ ଦଳର ସମସ୍ତ ଯୁବ କର୍ମକର୍ତ୍ତା ଙ୍କର ପ୍ରୟାସ ତଥା ଅଞ୍ଚଳ ବାସୀ ଙ୍କର ସହଯୋଗ ରେ ଆଜି ଠାରୁ ପାଇକମାଲ ଏମ ଇ ସ୍କୁଲ ପଡ଼ିଆରେ ଆରମ୍ଭ ହେଇଛି ପ୍ରଥମ ବିଜୟ ରଞ୍ଜନ ସିଂ ବରିହା ମେମୋରିଏଲ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଆଜି ଏହି ଟୁର୍ଣ୍ଣାମେଣ୍ଟକୁ ସ୍ବର୍ଗତ ବିଧାୟକ ଶ୍ରୀ ବରିହା ଙ୍କର ସୁପୁତ୍ରୀ ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା, ତାଙ୍କର ସ୍ୱାମୀ ଶ୍ରୀ ସ୍ମୃତି ସୌରଭ ବଳିୟାର ସିଂ , ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ, ପଦ୍ମପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ରଞ୍ଜିତ ସିଂ ବରିହା ଓ ପାଇକମାଲ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ଙ୍କର ଉପସ୍ଥିତି ରେ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଆଜି ଉଦ୍ଘାଟନୀ ମ୍ୟାଚରେ ସମ୍ବଲପୁର ଟିମ କୁ ଭେଟିଥିଲା ଜୟପୁର ଟିମ । ସେହିଭଳି ପ୍ରଥମ ଦିନର ଦ୍ଵିତୀୟ ମେଚ ରେ ନୟାଗଡ଼ ଟିମ କୁ ସାମ୍ନା କରିଥିଲା ସ୍ଥାନୀୟ ପାଇକମାଲ ଟିମ ।
କ୍ରିକେଟ ଖେଳ ଦିନକୁ ଦିନ ଲୋକପ୍ରିୟତା ର ଶୀର୍ଷ ସ୍ଥାନ ଆଡକୁ ଯାଉଥିବା ବେଳେ ଆଜି ପଡ଼ିଆରେ ବହୁବର୍ଷ ପରେ ଫୁଟବଲ ଖେଳ ର ଏହି ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଆସିଥିବା ଲୋକଙ୍କ ଭିଡ଼ ଦେଖିଲେ ଏହା ସ୍ପଷ୍ଟ ହୋଇ ଯାଉଛି ଯେ କ୍ରିକେଟ ଭଳି ଫୁଟବଲ ଖେଳ ମଧ୍ୟ ବେଶ ଲୋକପ୍ରିୟ । ଆଜି ବିଜୟ ବାବୁ ଙ୍କର ସ୍ମୃତି ରେ ଅୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ପାଇକମାଲ ଓ ଆଖପାଖ ଅଞ୍ଚଳରୁ ବହୁ ଲୋକ ଦେଖିବା ପାଇଁ ଆସି ଖେଳ କୁ ମନଭରି ଉପଭୋଗ କରିବେ ବୋଲି ଯୁବ ଜବତା ଦଳର ସଭାପତି ଶ୍ରୀ ଗୌତମ ସିଂ ସୂଚନା ପ୍ରଦାନ କରିଛନ୍ତି ।