ନିଜ ପୁତୁରାଙ୍କୁ ରାଜନୀତିରେ ଉତାରିଲେ ନିଧି ସାମଲ : ବିଜେଡ଼ିରେ ମିଶିଲେ ଅବିନାଶ

0

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ଖଡ଼ଗପ୍ରସାଦର ଡାକ୍ତର ଅବିନାଶ ସାମଲ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଶ୍ରୀ ମାନସ ମଙ୍ଗରାଜ ଓ ଢେଙ୍କାନାଳ ବିଧାୟକ ଶ୍ରୀ ସୁଧୀର କୁମାର ସାମଲଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି। ବିଜେଡିରେ ସାମିଲ୍ ହୋଇଥିବା ଅବିନାଶ ସାମଲଙ୍କୁ ଉପଢୌକନ ଦେଇ ଶ୍ରୀ ମଙ୍ଗରାଜ ଓ ଶ୍ରୀ ସାମଲ ଦଳକୁ ସ୍ଵାଗତ କରିଥିଲେ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଅବିନାଶ ସାମଲ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ଦଳକୁ କୌଣସି ପଦପଦବୀ କିମ୍ବା ଉଦ୍ଦେଶ୍ୟ ନେଇ ଆସିନାହିଁ। ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ଵ ଦେବେ ତାହାକୁ ମୁଁ ନିଷ୍ଠାର ସହ କରିବି । ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡ଼ାପଡ଼ା ବ୍ଲକର ଖଡଗପ୍ରସାଦ ଗ୍ରାମ ଅବିନାଶ ସାମଲ । ଢ଼େଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ବିଧାୟକ ସୁଧିର ସାମଲ @ନିଧି ସାମଲଙ୍କ ପୁତୁରା ଅବିନାଶ । ବିଧାୟକ ସାମଲଙ୍କ ବଡ଼ ଭାଇ ଗଙ୍ଗାଧର ସାମଲଙ୍କ ଏକମାତ୍ର ପୁତ୍ର ହେଉଛନ୍ତି ଅବିନାଶ । ଅନୁଗୋଳ ଜିଲ୍ଲା ବଅଁରପାଳ ସ୍ଥିତ ସାମଲ କେୟାର ଡାକ୍ତରଖାନାର ମାଲିକ ହେଉଛନ୍ତି ଅବିନାଶ ।

Leave A Reply

Your email address will not be published.