ନାଟ୍ୟକାର ଜଗନମୋହନ ଲାଲଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ :

0 2

ଜଗନମୋହନ ଲାଲଙ୍କ ପ୍ରଥମ ଓଡ଼ିଆ ନାଟକ ‘ବାବାଜୀ’ ସମଗ୍ର ଓଡ଼ିଶାରେ ମାହାଙ୍ଗା ମାଟିକୁ ଗୌରବାନ୍ୱିତ କରିପାରିଛି – ବିଧାୟକ ପ୍ରତାପ

(ମାହାଙ୍ଗା – ଶାସକ ପ୍ରଶାସକ): ସର୍ବଦା ମାହାଙ୍ଗାର ସାହିତ୍ୟ, ସଭ୍ୟତା, କଳାକାର, କଵି, ସ୍ୱାଭିମାନ କୁ ଆଗାମୀ ପିଢ଼ି ମାନଙ୍କ ପାଇଁ ଉଜ୍ଜୀବିତ କରି ରଖିବା ପାଇଁ ଗୁରୁତ୍ୱ ଦେଇ ଆସୁଥିବା ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଦ୍ୱାରା ମାହାଙ୍ଗା ଇତିହାସରେ ଆଉ ଏକ ନୂତନ ଅଧ୍ୟାୟ ଯୋଡିହୋଇଛି l ମାହାଙ୍ଗା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଆ ନାଟ୍ୟ ଜଗତର ଶ୍ରଷ୍ଠା ଆଦି ନାଟ୍ୟକାର ଜଗନ ମୋହନ ଲାଲଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଜନପ୍ରିୟ, ସୁନାମଧନ୍ୟ, ବିକାଶର ସୂତ୍ରଧର ବିଧାୟକ ପ୍ରତାପ ଜେନା ଏକ ବିଶାଳ ଜନସମାଗମ ମଧ୍ୟରେ ଯୋଗଦାନ କରି ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ l ଏହି ଅବସରରେ ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ କି ଆଦି ନାଟ୍ୟକାର ଜଗନମୋହ‌ନ ଲାଲ ଜଣେ ଭାରତୀୟ ନାଟ୍ୟକାର ଥିଲେ ଓ ସେ ଓଡ଼ିଶାର ପ୍ରଥମ ଆଧୁନିକ ନାଟ୍ୟକାର ଭାବରେ ପରିଚିତ, ସେ ଜଣେ ଅଭିନେତା, ନାଟ୍ୟକାର, ପ୍ରଶାସକ ଓ ସମାଜ ସଂସ୍କାରକ ଭାବରେ ବେଶ ପରିଚିତ ଏବଂ ତାଙ୍କର ପ୍ରଥମ ଓଡ଼ିଆ ନାଟକ ଥିଲା ବାବାଜୀ ଯାହା ଆଜି ସମଗ୍ର ଓଡ଼ିଶାରେ ମାହାଙ୍ଗା ମାଟିକୁ ଗୌରବାନ୍ୱିତ କରିପାରିଛି ବୋଲି ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ଜେନା ଙ୍କ ସମେତ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଜିଲ୍ଲା ପରିଷଦ ସୁସ୍ମିତା ଦାସ, ସରପଞ୍ଚ ବେବିନା ଜେନା, ଜଗବନ୍ଧୁ ସେଠି, ବିଧାୟକ ଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ଯୁବନେତା ଅମୀୟ ନାୟକ ଙ୍କ ସମେତ ବହୁ ନେତୃବୃନ୍ଦ, ବରିଷ୍ଟ ନାଗରିକ, ସାହିତ୍ୟିକ, କବି ଏବଂ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ l ଏଭଳି କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ ସ୍ଥାନୀୟ ଅଞ୍ଚଳବାସୀ କୃତଜ୍ଞତା ଜ୍ଞାପନ କରିଥିଲେ l

Leave A Reply

Your email address will not be published.