(ମାହାଙ୍ଗା – ଶାସକ ପ୍ରଶାସକ) ମାହାଙ୍ଗା ବ୍ଲକ ଅଞ୍ଚଳ ଏକ ଚାଷୀବହୁଳ ଅଞ୍ଚଳ l ଏହି ଅଞ୍ଚଳର ଲୋକେ ମୁଖ୍ୟତଃ ଚାଷ କାର୍ଯ୍ୟ ସମେତ ଗୋପାଳନ, ମେଣ୍ଢା ପାଳନ, ମଇଁଷି ପାଳନ, କୁକୁଡ଼ା ପାଳନ, ଛେଳି ପାଳନ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି l ସମସ୍ତ ବୃହତ ଏବଂ ଖୁଦ୍ର ପ୍ରାଣୀ ମାନଙ୍କ ଚିକିତ୍ସା କ୍ଷେତ୍ରରେ ସୁବିଧା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଵିକାଶମୂଳକ ଶାସନ ତଥା ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ମାହାଙ୍ଗା ବ୍ଲକ ମାହାଙ୍ଗା ନିକଟରେ ଗୋଷ୍ଠି ପ୍ରାଣୀ ଚିକିତ୍ସା କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଯେଉଁ ପ୍ରାଣୀଚିକିତ୍ସା କେନ୍ଦ୍ର ର ଶୁଭ ଉଦଘାଟନ ଉତ୍ସବ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ନୂତନ ଗୃହକୁ ଉଦଘାଟନ କରିବା ସହିତ ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଏକ ନୂତନ ଗୃହର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଥିଲା ଏବଂ ନୂତନ ପ୍ରାଣୀ ଚିକିତ୍ସାକେନ୍ଦ୍ର ଗୃହ ହେବା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶମୂଳକ ସରକାରରେ ସମ୍ଭବ ହୋଇପାରିଛି ଏବଂ ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଆଉ ଯାହାକିଛି ସମସ୍ୟା ରହିଛି ତାହାକୁ ଖୁବ ଶ୍ରୀଘ୍ର ସମାଧାନ କରାଯିବ ବୋଲି ମତ ପ୍ରକାଶ କରିଥିଲେ l ସୂଚନାଥାଉକି ଏହି ମାହାଙ୍ଗା ପ୍ରାଣୀ ଚିକିତ୍ସା କେନ୍ଦ୍ର ଉପରେ ବ୍ଲକ ର 37ଟି ପଂଚାୟତର ଗୋପାଳକ, ଛେଳିମେଣ୍ଢା ପାଳକ, କୁକୁଡା ଫାର୍ମ ଏବଂ ଅନ୍ୟାନ୍ୟ ପ୍ରାଣୀ ପାଳକମାନେ ନିର୍ଭର କରିଥାନ୍ତି ।ତେବେ ଏହି ନୂତନ ଗୃହ ହେବା ଦ୍ୱାରା ଏକ ଉନ୍ନତମାନର କାର୍ଯ୍ୟାଳୟ ସଭାଗୃହ, ଷ୍ଟୋରରୁମ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଘର ମଧ୍ୟ ହୋଇଗଲା ଯାହାଦ୍ୱାରା ସମସ୍ତ ଚାଷୀ ଭାଇମାନେ ଉପକୃତ ହୋଇପାରିବେ ଯାହାପାଇଁ ମାହାଙ୍ଗା ବ୍ଲକ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ଏହି ଉଦଘାଟନ ଉତ୍ସବ ରେ ବିଧାୟକ ଶ୍ରୀ ଜେନା ଙ୍କ ସହ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟ ନାରାୟଣ ମହାନ୍ତି, ସରପଞ୍ଚ ବେବିନା ଜେନା, ଜିଲ୍ଲାପରିଷଦ ସୁସ୍ମିତା ଦାସ, ଜଗବନ୍ଧୁ ସେଠି, ବିଧାୟକ ଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ଯୁବନେତା ଅମୀୟ ନାୟକ, ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ସମେତ ସମସ୍ତ ପ୍ରାଣୀ ଚିକିତ୍ସାଳୟ ଗୋ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ , ବରିଷ୍ଟ ନାଗରିକ, ବୁଦ୍ଧିଜୀବୀ, ସରପଞ୍ଚ, ସମିତିସଭ୍ୟ ଏବଂ ସ୍ଥାନୀୟ ଅଂଚଳବାସୀ ଉପସ୍ଥିତ ରହିଥିଲେ l
Sign in
Sign in
Recover your password.
A password will be e-mailed to you.