ନିର୍ବାଚନ ପାଇଁ ସେକ୍ଟର ଅଫିସର ଓ ସେକ୍ଟର ପୋଲିସ ଅଫିସରଙ୍କ ପ୍ରଶିକ୍ଷଣ

0 2

ରାଉରକେଲା,(ବସନ୍ତ କୁମାର ଜେନା): ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଏହି କ୍ରମରେ ଆଜି ୧୧- ରଘୁନାଥପଲ୍ଲୀ, ୧୨- ରାଉରକେଲା ନିର୍ବାଚନ ମଣ୍ଡଳୀ ର ସେକ୍ଟର ଅଫିସର ଓ ସେକ୍ଟର ପୋଲିସ ଅଫିସରଙ୍କ ପ୍ରଶିକ୍ଷଣ ସ୍ଥାନୀୟ ଆଇଟିଡିଏ ପାନପୋଷ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସେହିପରି ୧୦ -ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ଅଫିସରଙ୍କ ମଧ୍ଯ ପ୍ରଶିକ୍ଷଣ ଉଦିତନଗର ହାଇସ୍କୁଲ ଠାରେ ଆୟୋଜନ କରା ଯାଇଥିଲା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ସେକ୍ଟର ଅଫିସର ମାନଙ୍କୁ ଜିଲ୍ଲାରେ ନିର୍ବାଚନ ପରିଚାଳନା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ଦିନ ର ପ୍ରସ୍ତୁତି ସଂପର୍କ ରେ ଅବଗତ କରାଯାଇଥିଲା। ସେହିପରି ଇଭିଏମ ଓ ଭିଭିପିଏଟି ପରିଚାଳନା ଆଦି ସଂପର୍କ ରେ ପ୍ରଶିକ୍ଷଣ ପ୍ରଦାନ କରାଗଲା। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ, ଅତିରିକ୍ତ ଉପଜିଲ୍ଲାପାଳ ସରୋଜ କୁମାର ମିଶ୍ର ,ରାଉରକେଲା ତହସିଲଦାର ନିବେଦିତା ପ୍ରଧାନ, , ବିଡିଓ ବିଶ୍ରା ଜଗନ୍ନାଥ ହନୁମାନ, ବିଡିଓ କୁଆରମୁଣ୍ଡା ଗଂଗାରାମ ବୁଡେକ , ଅତିରିକ୍ତ ତହସିଲଦାର ବିରମିତ୍ରପୁର ପଦ୍ମିନି ନାୟକ, ବିଶ୍ରା ତହସିଲଦାର ମନିଷା ମଦୁଲିକା ହେମ୍ବ୍ରମ ସମସ୍ତଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣରେ ମୋଟ ୮୦ ସେକ୍ଟର ଅଫିସର ଓ ୮୦ ସେକ୍ଟର ପୋଲିସ ଅଫିସର ଅଂଶ ଗ୍ରହଣ କରିଥିଲେ।

Leave A Reply

Your email address will not be published.