ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆଗାଁ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି

0 2

ରାଉରକେଲା,(ବସନ୍ତ କୁମାର ଜେନା) : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆଗାଁ ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ପାନପୋଷ ଶ୍ରୀ ବିଜୟ କୁମାର ନାୟକ ଯୋଗଦେଇ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିଥିଲେ।

ଏହି ଜନଶୁଣାଣିରେ ମୋଟ ୮୨ ଟି ଅଭିଯୋଗ ଆସିଥିଲା।ସେଥିମଧ୍ୟରୁ ୫୨ ଟି ବ୍ୟକ୍ତିଗତ ସମସ୍ୟା ଥିଲାବେଳେ ୩୦ ଗୋଟି ସାମୁହିକ ସମସ୍ୟା ଥିଲା। ସେଥିମଧ୍ୟରୁ ୯ ଗୋଟି ସମସ୍ଯା ର ତୁରନ୍ତ ସମାଧାନ କରାଯାଇଥିଲା।

ନୂଆଗାଁ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ଲୋକମାନେ ବିଭିନ୍ନ ସମସ୍ୟା ଯେପରି ଆବାସ ଯୋଜନା ଅଧୀନରେ ଘର,ଜମି ଜାଗା, ରାସ୍ତା ଓ ଡ୍ରେନ ନିର୍ମାଣ, ପାନୀୟ ଜଳ, ବିଦ୍ୟୁତ, ରାସନ କାର୍ଡ, ସ୍ୱାସ୍ଥ୍ୟ, ଅଙ୍ଗନବାଡ଼ି ଏବଂ ସ୍କୁଲ ଆଦି ସମସ୍ୟା ବିଷୟରେ ଅଭିଯୋଗ ଆଣିଥିଲେ।

ଏହି ଅବସରରେ ୬ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆଥିର୍କ ସହାୟତା ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଏସଡିପିଓ ବୀରମିତ୍ରପୁର ସୁଶାନ୍ତ ଦାସ, ଡିପିଏଚଓ ସୁନ୍ଦରଗଡ଼ ଜା କନ୍ହୁ ଚରଣ ନାୟକ, ଡେପୁଟି କଲେକ୍ଟର ସ୍ମତି ସୌମ୍ୟ ଦାସ, ନୂଆଗାଁ ବିଡିଓ ଜ୍ଯୋତି ବିକାଶ ଦାଶ ଓ ବୀରମିତ୍ରପୁର ତହସିଲଦାର ଗୌରି ନାୟକଙ୍କ ସମେତ ବିଭିନ୍ନ ବିଭାଗିୟ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.