ରାଜ୍ୟପାଳଙ୍କ ଦୁଇଦିନିଆ ସୁନ୍ଦରଗଡ ଜିଲ୍ଲା ଗସ୍ତ

0 2

ସୁନ୍ଦରଗଡ,(ବସନ୍ତ କୁମାର ଜେନା): ଓଡିଶାର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ଦୁଇଦିନିଆ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସି ପହଁଚିଛନ୍ତି ଏବଂ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ଗସ୍ତ ବିଭିନ୍ନ ପ୍ରକଳ୍ପ ଆଦି ଦେଖିବା ସହିତ ଜନସାଧାରଣଙ୍କ ସହିତ ଭାବ ବିନିମୟ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ରେ ଆଜି ପ୍ରଥମ ଦିନରେ ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ସବଡେଗା ବ୍ଲକ ର ଭୋଜପୁର ଅଂଗନୱାଡି କେନ୍ଦ୍ର ଓ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଓ ଶିଶୁ ତଥା ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ପରେ ପରେ ଭୋଜପୁର ଗ୍ରାମ ରେ ଏକ ସାଧାରଣ ସଭା ରେ ଯୋଗ ଦେଇ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ।
ସେହିପରି ପଞ୍ଚମହଲା ଗସ୍ତ କରିଥିଲେ ଏବଂ ସେଠାକାର ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ ଓ ସେହି ଗ୍ରାମ ର ୧୦୦ ଏକର ଜମି ରେ ହୋଇଥିବା ଚଣା ଚାଷ ବୁଲି ଦେଖିଥିଲେ। କାଇଁସର ଗ୍ରାମ ପରିଦର୍ଶନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ଘର ବୁଲି ଦେଖିବା ସହିତ ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ମିଲେଟ ମିଶନ କ୍ୟାଫେ ମଧ୍ୟ ବୁଲି ଦେଖିଥିଲେ ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।

ସେହିଭଳି ବାବୁଡିହି ସ୍ଥିତ ମା ଗୃହ ବୁଲି ଦେଖିବା ସହ ଗର୍ଭବତୀ ମହିଳା ଙ୍କ ସହିତ ସେମାନେ ପାଉଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ପଚାରି ବୁଝି ଥିଲେ। ସବଡେଗା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହିତ ସେଠାକାର ରୋଗୀ ମାନଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ସେଠାକାର ଡାକ୍ତର ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ରୋଗୀମାନଙ୍କ ସର୍ବୋତ୍ତମ ସୁବିଧା ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ ।
ପରେ ପରେ ମାନ୍ୟବର ରାଜ୍ୟପାଳ ଶ୍ରଯୁକ୍ତ ରଘୁବର ଦାସ ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ଯୋଗ ଦେଇଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସେହିପରି ବଡଗାଁ ବ୍ଲକ୍ ର ଆଶା କର୍ମୀ
ମାତିଲଦା କୁଲ୍ଲୁ ଙ୍କ ଘରକୁ ଯାଇ ତାଙ୍କୁ ଭେଟିଥିଲେ । ଶେଷରେ ଡାଲମିଆ କଲେଜର ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ। ମାନ୍ୟବର ରାଜ୍ୟପାଳ ଙ୍କ ଏହି ଗସ୍ତ ସମୟରେ ମାନ୍ୟବର ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ମାନ୍ୟବର ତଳସରା ବିଧାୟକ ଶ୍ରୀ ଭବାନୀ ଶଙ୍କର ଭୋଇ, ମାନ୍ୟବର ରାଜଗାଙ୍ଗପୁର ବିଧାୟକ ଡ଼ା. ସି. ଏସ. ରାଜେନ୍ ଏକ୍କା, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୁଷମା ବିଳୁଙ୍ଗ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀ ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଆସନ୍ତା କାଲି ମାନ୍ୟବର ରାଜ୍ୟପାଳ ରାଉର କେଲା ର ବି.ପି. ୟୁ. ଟି. ର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଏବଂ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହିତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବାର ଯୋଜନା ରହିଛି।

Leave A Reply

Your email address will not be published.