କାଳିଆଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ ; ମନ ମୋହିଲା ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ରାମାୟଣ ନାଟକ

0 2

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଗୋବରା କ୍ଲଷ୍ଟର ଅନ୍ତର୍ଗତ କାଳିଆଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ଅଭିଭାବକ ସଂଘ ସଭାପତି ସୁଶାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସାମଗ୍ରିକ ବିକାଶ ପାଇଁ ଏକାଗ୍ରତାର ଭୂମିକା ସମ୍ପର୍କରେ ଉପରେ ଗୁରୁମନ୍ତ୍ର ପ୍ରଦାନ କରିବା ସହିତ ପ୍ରତ୍ୟେକ ଛାତ୍ରଛାତ୍ରୀ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବା ପାଇଁ ମତ ବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ସ୍ଥାନୀୟ ସରପଞ୍ଚ ତଥା ବିଦ୍ୟାଳୟର ପୂର୍ବତନ ଛାତ୍ର ଏସ. ରାମେଶ୍ୱର ପାତ୍ର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ରୂପେ ଜିଲ୍ଲପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ, ସମିତି ସଭ୍ୟା ମମତା ଭୋଳ, ଗୋବରା ସମିତି ସଭ୍ୟ ବିଭୁପାଦ ଜେନା, ନାଏବ ସରପଞ୍ଚ ସୁନିତା ପ୍ରଧାନ, ବଡବୋର୍ସିଙ୍ଗ ଆଞ୍ଚଳିକ ନୋଡାଲ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଆଦିତ୍ୟ କୁମାର ବ୍ରହ୍ମା, ସହକାରୀ ଶିକ୍ଷକ ସୂର୍ଯ୍ୟକାନ୍ତ ପଟ୍ଟନାୟକ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ l ପ୍ରଧାନଶିକ୍ଷକ ବିପିନ ବିହାରୀ ପ୍ରଧାନ ଅତିଥିଙ୍କୁ ସ୍ୱାଗତ କରିବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ l ଶିକ୍ଷକ ସୁଶାନ୍ତ କୁମାର ଦଳବେହେରା ସାଂସୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ରାମାୟଣ ନାଟକ ଉପସ୍ଥିତ ଅତିଥି,ଅଭିଭାବକ ଏବଂ ଦର୍ଶକଙ୍କୁ ବିମୋହିତ କରିଥିଲା I ଶିକ୍ଷୟିତ୍ରୀ ଜର୍ଜିନା କୁମାରୀ ପଟ୍ଟନାୟକ, ସ୍ନେହଲତା ପତି, ମୋନାଲିସା ଖାଡ଼ଙ୍ଗା, ବିଷ୍ନୁପ୍ରିୟା ସ୍ୱାଇଁ, ସଂଗୀତା କୁମାର ପ୍ରଧାନ, ଦୀପା କହଁର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ମାଆମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I

Leave A Reply

Your email address will not be published.