ବାବୁଜଙ୍ଗ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ : ରାସ୍ତା ଶିଳାନ୍ୟାସ ଓ ସମ୍ବର୍ଦ୍ଧନା କଲେ ବିଧାୟକ ଚନ୍ଦ୍ରସାରଥୀ l

0 2

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ବାବୁଜଙ୍ଗ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ତାରପୁର
ବାଇପାସ ଠାରୁ ଭାୟା ଚାରିରକବା ବାବୁଜଙ୍ଗ ପର୍ଯ୍ୟନ୍ତ ୬ କୋଟି ୫୦ ଲକ୍ଷ ଟଙ୍କାର ଏକ ରାସ୍ତାର ଶୁଭ ଶିଳାନ୍ୟାସ କରିଥିଲେ l ଏହି ଅବସରରେ ସଭାରେ ଉପସ୍ଥିତ ମୋଟ ୧୬୨ ଜଣ ବୟଜ୍ୟୋଷ୍ଟ ମୁରବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସରପଞ୍ଚ ସ୍ୱାଧୀନ ଭୂୟାଁଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ବେହେରା ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସଦର ନିର୍ବାଚନ ମଣ୍ଡଳୀରେ ନୂତନ ରାସ୍ତା ନିର୍ମାଣ ଏବଂ ଉନ୍ନତିକରଣ ନିମନ୍ତେ ଅନୁଦାନ ଯୋଗାଇ ଦିଆଯାଇଛି ଏହାଛଡ଼ା ବିଜେଡ଼ି ସରକାରଙ୍କର ବିଭିନ୍ନ ଯୋଜନା ଅନ୍ତଭୁକ୍ତ ସମ୍ପର୍କରେ ଜନ ସଚେତନତା କରାଇ ଭତ୍ତାରେ ୫୦୦ଟଙ୍କା ବଢାଇବା ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କୁ ତୁରନ୍ତ ଭତ୍ତାର ବ୍ୟବସ୍ଥା କରାଇବା ଓ ରେସନ କାର୍ଡ଼ ଓ ବିଜୁସାସ୍ଥ୍ୟ କାର୍ଡ଼ରେ ଅନ୍ତଭୁକ୍ତ ହେବା ଆଦି କାର୍ଯ୍ୟକ୍ରମ କରାଯାଉଥିବା ସଂକ୍ରାନ୍ତରେ ଜଣାଇଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଶୁଭଶ୍ରୀ ମହାନ୍ତି, ସଭ୍ୟ ଇଂ ବିଳାସ ଭୋଇ, ସିସିବି ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ଦାସ, ସମିତିସଭ୍ୟ କିଶୋର ସାହାଣୀ, ଅତିରିକ୍ତ ବିଡ଼ିଓ ଅଶୋକ କୁମାର ମହାନ୍ତି, ବ୍ଳକ ପ୍ରଗତି ସହକାରୀ ଅଧୁକାରୀ ବିଷ୍ଣୁଚରଣ ବେହେରା, ସମାଜସେବୀ ବିମଳ ପଢିହାରୀ, ଆଲୋକ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ । ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ ଛାତ୍ରୀ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଏମବିକେ ସିଆରପି, ୱାର୍ଡ଼ ସଭ୍ୟ ସଭ୍ୟା, ମହିଳା ସୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ l

Leave A Reply

Your email address will not be published.