ମହମ୍ମଦପୁର ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ l

0 2

 (ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ମହମ୍ମଦପୁର ପଞ୍ଚାୟତ ସ୍ଥିତ ବିଶ୍ଵନାଥପୁର ହାଇସ୍କୁଲ ପଡ଼ିଆରେ ଆମ ଓଡ଼ିଶା ନ‌ବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ୫୦ ଲକ୍ଷ ଟଙ୍କାରେ ମୋଟ୍ ୧୦ଟି ପ୍ରକଳ୍ପ କାର୍ଯ୍ୟ ହୋଇଥିଲା ବେଳେ ବିଦ୍ୟାଳୟ ଓ ଦେବାଳୟ ଗୁଡ଼ିକୁ ଉନ୍ନତିକରଣ କରାଯାଇଛି । ସରପଞ୍ଚ ପ୍ରତିଭା ବେହେରା ଙ୍କ ସଭାପତିତ୍ୱରେ ଏଥିରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗ ଦେଇ ସାରା ପଞ୍ଚାୟତରେ ଥିବା ବୟୋଜ୍ୟେଷ୍ଠ ମୁରବୀ, ଆଦର୍ଶ ଶିକ୍ଷକ,ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ରାଜ୍ୟରେ ବିଜେଡ଼ି ସରକାରଙ୍କ ଦ୍ଵାରା ପ୍ରଣୟନ ହୋଇଥିବା ଜନହିତକର ଯୋଜନାରେ ସମସ୍ତ ପରିବାର କିଭଳି ଅନ୍ତର୍ଭୁକ୍ତ ହୋଇପାରିବେ ସେ ନେଇ ଜନସଚେତନତା ସୃଷ୍ଟି କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ଇଂ. ବିଳାସ ଭୋଇ, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ନରେନ୍ଦ୍ର ବାରିକ, ପ୍ରାକ୍ତନ ସରପଞ୍ଚ ସରୋଜ କୁମାର ବେହେରା, ସମିତିସଭ୍ୟ ରଂଜନ କୁମାର ପାତ୍ର, ସରପଞ୍ଚ ଶାରଦା ମହାନ୍ତି,ପୂର୍ବତନ ସରପଞ୍ଚ ଦିଲ୍ଲିପ ବିଶ୍ଵାଳ, ନାଏବ ସରପଞ୍ଚ ପଞ୍ଚାନନ ସାହୁ, ଅତିରିକ୍ତ ବିଡ଼ିଓ ଅଶୋକ ମହାନ୍ତି, ପ୍ରଗତି ଅଧିକାରୀ ବିଷ୍ଣୁଚରଣ ବେହେରା, ପିଇଓ ବିଜୟ ରାଉତ, ଜିଆରଏସ ଚିତ୍ତରଂଜନ ମହାନ୍ତିଙ୍କ ସମେତ ସମସ୍ତ ଓ୍ବାର୍ଡ଼ ସଭ୍ୟ ସଭ୍ୟା, ଏସଏଚଜି ମହିଳା ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.