ଓଡ଼ଗାଁ,୮।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ କଲେଜ ପଛପାଖ ୨୧ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ବରେ ଅବସ୍ଥିତ ପଦ୍ମଶ୍ରୀ ରାଧାମୋହନ ଆମ୍ବ ବଗିଚା ପରିଦର୍ଶନ କଲେ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରତିନିଧି ମଣ୍ଡଳ । କେନ୍ଦ୍ରୀୟ ଚିଫ୍ କଞ୍ଜରଭେଟରଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ମାନେ ଆମ୍ବ ବଗିଚା ଦେଖିବା ସହିତ ତାହାର ରକ୍ଷଣାବେକ୍ଷଣ ଦାୟିତ୍ଵ ବନବିଭାଗ ଦ୍ବାରା ପରିଚାଳିତ ହେଉଥିବା ଅବଗତ ହୋଇଥିଲେ । ଏବଂ ପରେ ଓଡ଼ଗାଁ ଏନ୍ଏସିକୁ ଏହାର ଦାୟିତ୍ଵ ହସ୍ତାନ୍ତର କରାଯିବ ବୋଲି ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ ସୂଚନା ପ୍ରଦାନ କରିଥିଲେ । ତେବେ କୈାଣସି ସ୍ବୟଂ ସହାୟକ ଗୋଷ୍ଠୀକୁ ଏହାର ଦାଇତ୍ୱ ହସ୍ତାନ୍ତର ପାଇଁ ସେଣ୍ଟ୍ରାଲ ଚିଫ୍ କଞ୍ଜରଭେଟର ପରାମର୍ଶ ଦେଇଥିଲେ । ମନରେଗା ଯୋଜନାର କାର୍ଯ୍ୟ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ । ହେଲେ ଆମ୍ବ ବଗିଚା ଉପର ମୁଣ୍ଡରେ ବନବିଭାଗ ଦ୍ବାରା ଲଗାଯାଇଥିବା ଚାରା ସମ୍ପର୍କରେ ପ୍ରତିନିଧି ମଣ୍ଡଳୀ କୈାଣସି ଧ୍ୟାନ ଦେଇନଥିଲେ । ଯାହାକି ସଂରକ୍ଷଣ ଅଭାବରୁ ଲଟାବୁଦାରେ ହଜିଯିବା ଅବସ୍ଥାରେ ରହିଛି । ଏପରିକି ଅଫିସ୍ ସାମ୍ନା ରାସ୍ତା ପାର୍ଶ୍ବରେ ଲାଗିଥିବା ନଡ଼ିଆ ଚାରା ସହିତ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସରକାରୀ ପଲ୍ଲୀଟେକନିକ ଠାରୁ ଲାଉଖାଲ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବରେ ଲଗାଯାଇଥିବା ଚାରା ଗଛ ପ୍ରାୟ ବିଲୁପ୍ତ ହୋଇଯାଇଥିଲେ ମଧ୍ୟ କେନ୍ଦ୍ରୀୟ ପ୍ରତିନିଧି ମଣ୍ଡଳୀ
ଏନେଇ କୈାଣସି ଅନୁଧ୍ୟାନ କରିନଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post