ଭବାନୀପାଟଣା,(ଶାସକ ପ୍ରଶାସକ) ୫।୨: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଅବସରରେ ସମଗ୍ର ଶିକ୍ଷା, କଳାହାଣ୍ଡି ପକ୍ଷରୁ ଜିଲ୍ଲାସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ସ୍ଥାନୀୟ ବ୍ରଜମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର, ଭବାନୀପାଟଣା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟକୁମାର ମାଝୀ, ସମଗ୍ର ଶିକ୍ଷା ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ ମଞ୍ଚାସୀନ ଥିଲେ। ଏହି ଅବସରରେ ପୁସ୍ତକ ପ୍ରଦର୍ଶନୀ ସମେତ ଜିଲ୍ଲାର ୧୩ଗୋଟି ବ୍ଲକର ସାହିତ୍ୟ ଓ ସଂସ୍କୃତି ଷ୍ଟଲ ପ୍ରଦର୍ଶିତ ହୋଇଥିଲା। ଏଥିରେ ସାହିତ୍ୟ ଓ ସଂସ୍କୃତି ପ୍ରଦର୍ଶନ କଳାରେ କୋକସରା ବ୍ଲକର ରିତେଶ ସାହୁ ଓ ବିନୋଦ ଫୁଲ ପ୍ରଥମ, ମଦନପୁର ରାମପୁର ବ୍ଲକର ବିଦୁସ୍ମିତା ସାହୁ ଦ୍ଵିତୀୟ, ଜୁନାଗଡ଼ ବ୍ଲକର ହସିନା ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୁଇଜ ବରିଷ୍ଠ ବିଭାଗରେ କପିଳେଶ୍ୱର ବଗର୍ତ୍ତୀ, ଭାରତୀ ବେହେରା ଓ ସ୍ୱାତି ମହାକୁଡ଼, କନିଷ୍ଠ ବିଭାଗରେ ଏକାନ୍ତିକା ସା, ୟଶରାଜ ସମୀର ନାଏକ ଓ ବିଭୁଦତ୍ତ ସାହୁ; ଚିତ୍ରାଙ୍କନ ବରିଷ୍ଠ ବିଭାଗରେ ବିଦୁସ୍ମିତା ସାହୁ, ପିଣ୍ଟୁ ସୁନା ଓ ଆଦିତ୍ୟ ସୁନା, କନିଷ୍ଠ ବିଭାଗରେ ବାଲି ମାଝୀ, ପୂଜା ସାହୁ ଓ ଯସ୍ମୀନ ବାଗ; ବିତର୍କ ବରିଷ୍ଠ ବିଭାଗରେ ସ୍ୱାତି ମହାଖୁଡ଼, କ୍ରିଷ୍ଣା ଛୁରିଆ ଓ ବାସନ୍ତୀ ଗଉଡ଼, କନିଷ୍ଠ ବିଭାଗରେ ପ୍ରଦୀପ ହରିଜନ, ଉପାସନା ସାହୁ ଓ ରୁପା ରଣା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏଥିରେ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କ୍ଷୁଦ୍ର ନାଟିକା ପରିବେଷଣ କରିଥିଲେ। ଉଦଯାପନୀ ସମାରୋହରେ ଥୁଆମୂଳ ରାମପୁର ମା’ ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ଓ ଭବାନୀପାଟଣା ମହିଳା ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପିକା ଡ. ସୁରେଶ୍ବରୀ ବାଘ ଆଲୋଚକ ଭାବେ ଯୋଗଦେଇ ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର ଓ ସମଗ୍ର ଶିକ୍ଷା ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ ମଞ୍ଚାସୀନ ଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବାପୁଜୀ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ମିନତି କୁମାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଡିଲେଶ୍ବର ରଣା ମଞ୍ଚ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.