ଗୋତରା ପଞ୍ଚାୟତରେ ବିଭିନ୍ନ ଵିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

0 2

ପଞ୍ଚାୟତର ଵିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ ଧନ୍ୟବାଦ ଜଣାଇଲେ ଗ୍ରାମବାସୀ l

(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ ଗୋତରା ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରୀୟ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସମିତିସଭ୍ୟ ତଥା ପଞ୍ଚାୟତ ସଭାପତି ପ୍ରଦୀପ୍ତ ବିଶ୍ୱାଳ ଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସାଢେ ଚାରିକୋଟି ଓଡ଼ିଆଙ୍କ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ବିକାଶମୂଳକ ପଦକ୍ଷେପ, ମୁଖ୍ୟମନ୍ତ୍ରୀ ଙ୍କ ଵିକାଶମୂଳକ ଯୋଜନା ଦ୍ୱାରା ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀକରଣ କରାଯିବା ସହିତ, ଗମନାଗମନରେ ସୁବିଧା , ପାନୀୟଜଳ ସୁବିଧା , ଧାର୍ମିକ ସ୍ଥଳୀ ରୂପାନ୍ତରୀକରଣ, ବ୍ୟାଙ୍କିଙ୍ଗ ଭିତିଭୂମିର ବିକାଶ ଆଦି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସଫଳ ରୂପାୟନ ହୋଇପାରିଛି, ଆମେ ଏହି ପଂଚାୟତରେ ଆହୁରି ଅଧିକରୁ ଅଧିକ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ହାତରେ ହାତ ମିଶାଇ ଏକଜୁଟ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାର ଆବଶ୍ୟକତା ରହିଛି ବୋଲି ବିଧାୟକ ପ୍ରତାପ ଜେନା ପ୍ରକାଶ କରିଥିଲେ l ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଓ ଉନ୍ନୟନମୂଳକ ଯୋଜନା କୁ ଏଲସିଇଡି ଚଲାଯାଇ ଲୋକମାନଙ୍କୁ ଅବଗତ କରାଯାଇଥିଲା l ପଞ୍ଚାୟତର ଵିକାଶ ପାଇଁ ପଞ୍ଚାୟତବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ଅମୀୟ କୁମାର ପଣ୍ଡା, ବ୍ଲକ ଅଧକ୍ଷା ଦୀପା ମଲିକ,ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଜିଲ୍ଲା ପରିଷଦ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସାମ୍ବାଦିକ ଶଶୀଭୁଷଣ ଷଡ଼ଙ୍ଗୀ, ପୂର୍ବତନ ସରପଞ୍ଚ କମଳାକାନ୍ତ ପ୍ରଧାନ, ସମାଜସେବୀ ପ୍ରହଲ୍ଲାଦ ପ୍ରଧାନ, ପଞ୍ଚାୟତ ପର୍ଯ୍ୟବେକ୍ଷକ କମଳାକାନ୍ତ ଦାସ, ଯୁବନେତା ଶାରଦା ପ୍ରସାଦ ସାହୁ, ଶଶାଙ୍କ ଶେଖର ବେହେରା, ପ୍ରେମାନନ୍ଦ ଷଡ଼ଙ୍ଗୀ, ଛାତ୍ର ସଭାପତି ଆଲୋକ ରଞ୍ଜନ ନାୟକ, ପ୍ରକାଶ ବେହେରା, ତ୍ରିଲୋଚନ ସାହୁ, ବିନୋଦ ଷଡ଼ଙ୍ଗୀ, କ୍ଷୀରୋଦ ବେହେରା, ବିପ୍ରଚରଣ ରାଉତ, ମହେନ୍ଦ୍ର ପତି, ଗୌରାଙ୍ଗ ମହାନ୍ତି, ଶଶୀ ସାହୁ, ବିମଳ ମଲିକ, ନିରୋଦ ପଣ୍ଡା ଙ୍କ ସମେତ ବହୁ ବିଜୁ ଜନତା ଦଳ ନେତୃବୃନ୍ଦ, ୱାର୍ଡମେମ୍ବର , ଗ୍ରାମବାସୀ, ଏସଏଚଜି ମହିଳା ମାନେ ଯୋଗଦାନ କରିଥିଲେ l ଅପରପକ୍ଷରେ କୃଷକ ମାନଙ୍କର ସୁବିଧା ପାଇଁ ବିଧାୟକ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦାନ କରି ଗୋତରା ପଞ୍ଚାୟତ ସମ୍ମୁଖରେ ଏକ କୃଷି ପରାମର୍ଶ କେନ୍ଦ୍ର ନୂତନ ଗୃହର ଶୁଭ ଉଦଘାଟନ କରିଥିଲେ l

Leave A Reply

Your email address will not be published.