ନାହାଙ୍ଗ ପଞ୍ଚାୟତରେ ବିଭିନ୍ନ ଵିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

0 2

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ ପଞ୍ଚାୟତର ଵିକାଶ – ବିଧାୟକ ପ୍ରତାପ ଜେନା l

 (ମାହାଙ୍ଗା – ଶାସକ ପ୍ରଶାସକ) ମାହାଙ୍ଗା ବ୍ଲକ ନାହାଙ୍ଗ ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରୀୟ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସରପଞ୍ଚ ମନୋରମା ମହାନ୍ତିଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟ ଓ ରାଜ୍ୟବାସୀଙ୍କ ପାଇଁ ସରକାର କରିଥିବା ସମସ୍ତପ୍ରକାର ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ l ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ବିକାଶମୂଳକ ଯୋଜନାକୁ ଏଲସିଇଡି ଚଲାଯାଇ ଲୋକମାନଙ୍କୁ ସଚେତନ କରଯାଇଥିଲା l ପଞ୍ଚାୟତର ଵିକାଶ ପାଇଁ ପଞ୍ଚାୟତବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ଅମୀୟ କୁମାର ପଣ୍ଡା, ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଜିଲ୍ଲାପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସରପଞ୍ଚଙ୍କ ପ୍ରତିନିଧି ଦେବରଂଜନ୍ ମହାନ୍ତି, ସମିତିସଭ୍ୟ ଦିଲ୍ଲିପ ସାମଲ, ପଞ୍ଚାୟତ ସଭାପତି ଜଳଧର ନାୟକ, ନୀରୋଦ ସେଠୀ,ସମରେଶ ସ୍ବାଇଁ, ସଂଗ୍ରାମ ସ୍ବାଇଁ, ସୁଶାନ୍ତ ଦାସ, ସୁନାକର ସାହୁ, ଚିତ୍ତରଞ୍ଜନ ମହାନ୍ତି, ଅରୁଣ ଦାସ, ଭାଗବତ ସାହୁ, ଜ୍ୟୋତିରଂଜନ ମହାନ୍ତି, ନଗେନ ସ୍ବାଇଁ, ସାମ୍ବାଦିକ ବସନ୍ତ କୁମାର ସାମଲ, ବିଜୟ କୁଅଁର, ଶ୍ରୀନିବାସ ସେନାପତି, ତ୍ରିଲୋଚନ ମହାନ୍ତିଙ୍କ ସମେତ ବହୁ ବିଜୁ ଜନତା ଦଳ ନେତୃବୃନ୍ଦ, ୱାର୍ଡମେମ୍ବର, ଗ୍ରାମବାସୀ, ବହୁ ମହିଳା ମାନେ ଯୋଗଦାନ କରିଥିଲେ l ଏହି ଅବସରରେ ଆଖ ପାଖ ଅଞ୍ଚଳର ବହୁ କୃତୀ ଛାତ୍ର ଛାତ୍ରୀ ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ବେଳେ ବରିଷ୍ଟ ନାଗରିକ ଏବଂ କଳାକାର ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ଗମନାଗମନ ସୁବିଧା ପାଇଁ ବିଧାୟକ ପ୍ରତାପ ଜେନା 3 କୋଟି ରୁ ଊର୍ଧ୍ଵ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଯାଉଥିବା ମା ମଙ୍ଗଳା ମନ୍ଦିର ନାହାଙ୍ଗ ଠାରୁ ପନ୍ଦରବାଟିଆ ଭାୟା ବନଦୁର୍ଗା ପୀଠ ରାସ୍ତାର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ

Leave A Reply

Your email address will not be published.