ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷେତ୍ରୀୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନଙ୍କ ପାଇଁ ଚାଲିଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଛାତ୍ରୀମାନଙ୍କ ନିଷ୍ଠାର ସହ ପ୍ରଶିକ୍ଷଣ ଏବଂ ସରକାରଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ରୁନି ବାଳା ତ୍ରିପାଠୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମଞ୍ଚାସିନ ସମ୍ମାନିତ ଅତିଥି ପ୍ରଶାସନିକ ଅଧିକାରୀ କୁମୁଦ ଚନ୍ଦ୍ର ମହାପାତ୍ର ଏବଂ ମାଷ୍ଟର ଟ୍ରେନର ସୁରଭି ବେହେରା ଓ ବର୍ଷା ରାଣୀ ସ୍ୱାଇଁ ପ୍ରଶିକ୍ଷଣ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ଅତିଥି ମାନଙ୍କ ଉପସ୍ଥିତିରେ ଛାତ୍ରୀ ମାନେ ଆତ୍ମରକ୍ଷା କୌଶଳଗୁଡ଼ିକ ପ୍ରଦର୍ଶନ କରିଥିଲେ ଏବଂ ସେମାନେ ନିଜ ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲେ । ଶେଷରେ ଯୁବ ରେଡକ୍ରସ୍ ଉପଦେଷ୍ଟା ଶୁଶାନ୍ତ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଓ ଅଧ୍ୟାପିକା ମଧ୍ୟରୁ ଦିପୁ ଭୂୟାଁ,ସଞ୍ଜୟ ସାହୁ ,ତ୍ରିନାଥ ବେହେରା, ବିଭୂତି ଗୌଡ଼ , ସୌମେନ୍ଦୁ ପଣ୍ଡା , ପ୍ରଦୀପ ଦିଗାଲ , ଗାଙ୍ଗୁଲି ପାଲଟାସିଂ, ଗଙ୍ଗାଧର ରଣା,ପିଙ୍କି କୁମାରୀ ପୋଲେ଼ଇ ,ଜୟଶ୍ରୀ ସେଠୀ, ଦେବେଶ ଚନ୍ଦ୍ର ମହାପାତ୍ର, ଭାରତୀ ବିଶ୍ଵାଳ, ପଦ୍ମ ଚରଣ ନାୟକ, ବଳରାମ ଗୌଡ଼ ପ୍ରମୁଖ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.