ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ପାଇଁ ଗର୍ବ ଆଣିଛନ୍ତି ବ୍ଳକ୍ ର ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ଆଶୁତୋଷ କୁମାର ସ୍ୱାଇଁ, ରବିନାରାୟଣ ଗୌଡ଼, ପ୍ରଭାତ କୁମାର ଗୌଡ଼ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହଲତା ବିଷୋୟୀ I ଏହି ଶିକ୍ଷକ ଶିକ୍ଷୟିତ୍ରୀମାନେ ବୁଧବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମରେ ପୁରସ୍କୃତ ହୋଇଛନ୍ତି I ସୂଚନା ପ୍ରକାରେ ଏହି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମାଧ୍ୟମିକ ବିଦ୍ୟାଳୟ ବର୍ଗରେ ଗଞ୍ଜାମ ଜିଲ୍ଳା ସ୍ତର ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗ୍ରହଣ କରିଛନ୍ତି I ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଗଞ୍ଜାମ ଜିଲ୍ଲାର ଶ୍ରେଷ୍ଠ ବିଜ୍ଞାନ ଶିକ୍ଷକ ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗ୍ରହଣ କରିଥିବା ବେଳେ ସେହି ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଆଶୁତୋଷ କୁମାର ସ୍ୱାଇଁ ଜିଲ୍ଲାର ଶ୍ରେଷ୍ଠ ଶାରୀରୀକ ଶିକ୍ଷକ ଭାବେ ପୁରସ୍କାର ଗ୍ରହଣ କରିଛନ୍ତି I ସେହିପରି ବ୍ଳକ୍ ର ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନାରାୟଣ ଗୌଡ଼ ଜିଲ୍ଲାର ଶ୍ରେଷ୍ଠ ଇଂରାଜୀ ଶିକ୍ଷକ ଭାବେ ପୁରସ୍କାର ଗ୍ରହଣ କରିଥିବା ବେଳେ ନେଟେଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ଶିକ୍ଷକ ପ୍ରଭାତ କୁମାର ଗୌଡ଼ ଗଞ୍ଜାମ ଜିଲ୍ଲାର ଶ୍ରେଷ୍ଠ ତୃତୀୟ ଭାଷା(ହିନ୍ଦୀ) ଶିକ୍ଷକ ଭାବେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି I ସେହିପରି ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୈତୃକ ଗ୍ରାମ ଘୁ. ନୂଆଁ ଗାଆଁ ସ୍ଥିତ ଡ଼କ୍ଟର୍ ସଦାନନ୍ଦ ତ୍ରୀପାଠି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହଲତା ବିଷୋୟୀ ଗଞ୍ଜାମ ଜିଲ୍ଳାର ଶ୍ରେଷ୍ଠ ପ୍ରଧାନ ଶିକ୍ଷୟିତ୍ରୀ ରୂପେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗ୍ରହଣ କରିଛନ୍ତି I କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଭବ୍ୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ୍ ଏବଂ ବିଦ୍ୟାଳୟ ଏବଂ ଗଣଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଉପସ୍ଥିତିରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୁରସ୍କାର ରାଶି 25000 ଟଙ୍କା ସହିତ ପ୍ରଶଂସା ପତ୍ର ଏବଂ ଟ୍ରଫି ଗ୍ରହଣ କରିଥିଲେ I ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ମନୋନୀତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ପୁରାତନ ଛାତ୍ର ସଂଗଠନ ଶୁଭେଚ୍ଛା ଜଣାଇଛନ୍ତି I ଏହି ପୁରସ୍କାର ପାଇବା ପରେ ଏହା ଶିକ୍ଷା ଏବଂ ଶିକ୍ଷା ଆୟତନର ପ୍ରଗତି ନିମନ୍ତେ ଅଧିକ ଉତ୍ସାହିତ କରିବ ବୋଲି ପୁରସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରକାଶ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.