ତରତଶାସନ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର ଉଦ୍‌ଘାଟିତ l

3

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକରେ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ ସଚେତନ ଶିବିର ତରତଶାସନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି l ସରପଞ୍ଚ ମୀନତି ସାଇଁ ଙ୍କ ପୌରହିତ୍ୟରେ ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧକ୍ଷା ରୋଜି ସେଠୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରଥମେ ଏଲଇଡ଼ି ରଥ ଦ୍ବାରା  ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ସଂକ୍ରାନ୍ତରେ ଜନ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଉନ୍ନୟନ ଅଧିକାରୀ ଧର୍ମରଂଜନ ପଣ୍ଡା,ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ବ୍ଲକ ଅଧକ୍ଷ ଗିରିଶରଂଜନ ମହାପାତ୍ର,ଅଧକ୍ଷାଙ୍କ ପ୍ରତିନିଧ ମନୋଜ ସେଠୀ, ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ମିଶ୍ର, ଯୁବ ସମାଜସେବୀ ପ୍ରମୋଦ ପରିଡ଼ା, ଜୋନ୍ ସଭାପତି ଜ୍ୟୋତି ପ୍ରକାଶ ସାଇଁ, ସମିତିସଭ୍ୟା ଟିକି ପଣ୍ଡା, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇ ଆମ ଓଡ଼ିଶା ନବୀନ ଓଡ଼ିଶା ଓ ସଶକ୍ତ ଓଡ଼ିଶା କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ପଞ୍ଚାୟତ ପକ୍ଷରୁ ବରିଷ୍ଟ ନାଗରିକ, ଚାଷୀ, କଳାକାର, ଏସଏଚଜି ମହିଳା, ପରିବେଶବିତ ଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର, ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l

Leave A Reply

Your email address will not be published.