ଅସୁରେଶ୍ୱର ରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଉଦ୍‌ଘାଟିତ l

3

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକରେ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ ସଚେତନ ଶିବିର ଅସୁରେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି l  ସରପଞ୍ଚ ଗୌତମୀ ଦାସ ଙ୍କ ପୌରହିତ୍ୟରେ ଏଥିରେ ମୁଖ ଅତିଥି ଭାବେ ବ୍ଲକ ଅଧକ୍ଷା ରୋଜି ସେଠୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରଥମେ ଏଲଇଡ଼ି ରଥ ଦ୍ଵାରା ସରକାରଙ୍କର ବିଭିନ୍ନ ଭିନ୍ନ ଜନହିତକର ଯୋଜନା ସଂକ୍ରାନ୍ତରେ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଉନ୍ନୟନ ନ୍ନୟନ ଅଧିକାରୀ ଧର୍ମରଂଜନ ପଣ୍ଡା, ଉପାଧକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ବ୍ଲକ ଅଧକ୍ଷ ଗିରିଶରଂଜନ ମହାପାତ୍ର,ଅଧକ୍ଷାଙ୍କ ପ୍ରତିନିଧି ମନୋଜ ସେଠୀ, ଯୁବନେତା ଅନନ୍ତ କୁମାର ଦାସ,ଜୋନ୍ ସଭାପତି ଜ୍ୟୋତି ପ୍ରକାଶ ସାଇଁ,ସମିତିସଭ୍ୟା ହିମାଦ୍ରି ମିଶ୍ର, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର ଙ୍କ ସମେତ ଗ୍ରାମବାସୀ, ୱାର୍ଡମେମ୍ବର, ଏସଏଚଜି ମହିଳା ପ୍ରମୁଖ ଯୋଗ ଦେଇ ଆମ ଓଡ଼ିଶା ନବୀନ ଓଡ଼ିଶା ଓ ସଶକ୍ତ ଓଡ଼ିଶା କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଲୋକମାନଙ୍କୁ ସଚେତନ କରାଇଥିଲେ ।

Leave A Reply

Your email address will not be published.