ବିଭିନ୍ନ ପ୍ରକଳ୍ପ ଉଦଘାଟନ ଏବଂ ନୂତନ ପ୍ରକଳ୍ପ ଶିଳାନ୍ୟାସ କଲେ ମାହାଙ୍ଗା ଵିକାଶସାରଥୀ ବିଧାୟକ ପ୍ରତାପ ଜେନା l

3

 (ମାହାଙ୍ଗା-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,ନିର୍ମଳ, ଵିକାଶ ମୂଳକ ଶାସନରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ପ୍ରୟାସ କ୍ରମେ ସବୁକ୍ଷେତ୍ରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଵିକାଶର ଧାରା ବହିଚାଲିଛି l ସେହିପରି ଭାବେ ବିଧାୟକ ପ୍ରତାପ ଜେନା ବୁଧବାର ଦିନ ମାହାଙ୍ଗା ବ୍ଲକ ଭେଡା, ଆନନ୍ଦପୁର, ଜଳେଶ୍ୱରପୁର ପଞ୍ଚାୟତ ଗ୍ରସ୍ତ କରି ବହୁ ଵିକାଶମୂଳକ ପ୍ରକଳ୍ପ କୁ ଶୁଭ ଉଦଘାଟନ କରିବା ସହିତ ଆଉ କିଛି ନୂତନ କାର୍ଯ୍ୟ ହେବା ପାଇଁ ଶିଳାନ୍ୟାସ କରିଛନ୍ତି l ଏକ ବିଶାଳ ବାଇକ ରାଲି ଦ୍ୱାରା ହଜାର ହଜାର ସଂଖ୍ୟାରେ ଜନସାଧାରଣ ଭେଡା ପଞ୍ଚାୟତ କୁ ବିଧାୟକ ଶ୍ରୀ ଜେନା ଙ୍କୁ ପାଛୋଟି ନେଇଥିଲେ l ସେଠାରେ ଏକ ମିଶନ ଶକ୍ତି ଗୃହ କୁ ଉଦଘାଟନ କରିବା ପରେ ପରେ ଆନନ୍ଦପୁର ଗ୍ରାମପଞ୍ଚାୟତ ଗ୍ରସ୍ତ କରି ନୃତ୍ତାଙ୍ଗ- ଧର୍ମାଗତପୁର ସୁକନଇ ଏବଂ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଉପରେ ନୂତନ ସେତୁର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ, ମିଶନ ଶକ୍ତି ଗୃହ, ଇଚ୍ଛାବଟ ସାଂସ୍କୃତିକ ପରିଷଦ ଗୃହ, ନୃତ୍ତାଙ୍ଗ ଠାରୁ ଜଂକୋଟି ରାସ୍ତାର ନିର୍ମାଣ ଏବଂ ପୁନଃରୁଦ୍ଧାର କାର୍ଯ୍ଯର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ, ମିଶନ ଶକ୍ତି ଗୃହ ଆଦି ବିଭିନ୍ନ ପ୍ରକଳ୍ପ କୁ ଉଦଘାଟନ କରିଥିଲେ ବିଧାୟକ ଶ୍ରୀ ଜେନା l ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନାଙ୍କ ସମେତ ବ୍ଲକ ଉନ୍ନୟନ ଅଧିକାରୀ ଅମୀୟ ରଞ୍ଜନ ପଣ୍ଡା, ଏବିଡ଼ିଓ ଜ୍ଞାନରଞ୍ଜନ ପଣ୍ଡା, ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଜିଲ୍ଲାପରିଷଦ ସୁସ୍ମିତା ଦାସ, ଜଗବନ୍ଧୁ ସେଠି, ରିୟାଜୁଲ ହୋଦା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ,ଯୁବନେତା ଅମୀୟ ନାୟକ, ପଞ୍ଚାୟତ ସଭାପତି ପ୍ରଦୀପ୍ତ ସିଂ, ଦିଲ୍ଲୀପ ନାୟକ, ଦମୟୀନ୍ତି ମହାପାତ୍ର, ମନ୍ଦାଗିନୀ ରାଉତ, ଆନନ୍ଦପୁର ସରପଞ୍ଚ ରେଣୁବାଳା ଭୁୟାଁ, ସମିତି ସଭ୍ୟା ଭବାନୀ ଶଙ୍କରୀ ବେହେରା, ଜଳେଶ୍ୱରପୁର ସରପଞ୍ଚ ସୁଜାତା ମଲିକ, ସମିତିସଭ୍ୟା ରେବତୀ ସେଠି, ଯୁବନେତା ସୁବାଷ ଜେନା ଙ୍କ ସମେତ ସମସ୍ତ ସରପଞ୍ଚ, ସମିତିସଭ୍ୟ, ୱାର୍ଡମେମ୍ବର, ଏସଏଚଜି ମହିଳା,ବିଭାଗୀୟ ଅଧିକାରୀ ଏବଂ ଗ୍ରାମବାସୀ ପ୍ରମୁଖ ଯୋଗ ଦେଇଥିଲେ l

Leave A Reply

Your email address will not be published.