ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ରେ ନୂଆ ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ର ଉଦଯାପନୀ ଉତ୍ସବ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଅଛି। ନିଜ ଅଭିଭାଷଣ ରେ ଶ୍ରୀ ପଣ୍ଡା ଜିଲ୍ଲା ସ୍ତ୍ରରରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ କୃତିତ୍ୱ ବିଷୟରେ ଉଲ୍ଲେଖ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଏହି ଉତ୍ସବକୁ ଓଡ଼ିଶା ବିଭାଗୀୟ ମୁଖ୍ୟ ଡ଼ଃ ସରୋଜ କୁମାର ନାଏକ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବରେ ପଦ୍ମପୁର ସବ୍ଡିଭିଜନ ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୁଣାଳ ଚୌହାଣ (ଆଇ .ଏ.ଏସ.) ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସାମାଜିକ ଗଣମାଧ୍ୟମ ର ସଠିକ୍ ବ୍ୟବହାର କରିବା ସହ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି ପାଇଁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବରେ ମହାବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ଉଦାହରଣ ମାଧ୍ୟମରେ ଉତ୍ସାହିତ କରିଥଲେ। ଏହା ପରେ ପରେ ପୁରସ୍କାର ବିତରଣ କାର୍ଯକ୍ରମ ଆରମ୍ଭ ହୋଇଥିଲା ଏବଂ ଏହାର ପରିଚାଳନା ଶ୍ରୀ ଜୟ କୁମାର ଭୁଏ କରିଥିଲେ। ବିଭିନ୍ନ ସାହିତ୍ୟ ପ୍ରତିଗୋଗିତ ରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ଅଧ୍ୟକ୍ଷ ଙ୍କ ସମେତ ସମସ୍ତ ପ୍ରଧ୍ୟାପକ, ପ୍ରଧ୍ୟାପିକା, ଅଧ୍ୟାପକ ଓ ଅଧ୍ୟାପିକା ପୁରସ୍କାର ବିତରଣ କରିଥିଲେ। ଏହା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା ଏବଂ ଶେଷରେ ଓଡ଼ିଶା ବିଭାଗର ପ୍ରଧ୍ୟାପିକ ଶ୍ରୀମତୀ ପୂର୍ଣ୍ଣିମା ଦୋରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଧ୍ୟାପକ ଡ଼ଃ ବିରଞ୍ଚି ସାହୁ, ପ୍ରଭାତ ମହାପାତ୍ର, ଖଗେଶ୍ୱର ଦାସ, ସନ୍ତୋଷ କୁମାର ମିଶ୍ର, ତାରା ପ୍ରସାଦ ଶତପଥୀ, ପ୍ରମୋଦ କୁମାର ତ୍ରିପାଠୀ, ଡ଼ଃ ତୁଷାରକାନ୍ତ ସାହୁ, ନବ କୃଷ୍ଣ ମିଶ୍ର, ଡ଼ଃ ପ୍ରଦୀପ କୁମାର ପଣ୍ଡା, ଡ଼ଃ ସୁବୋଧ ତ୍ରିପାଠୀ, ବିଶ୍ଵରାଜ ପାତ୍ର, ତାପିନୀ ପଣ୍ଡା, ଶର୍ମିଲା ପଣ୍ଡା, ମୋନାଲିସା ସ୍ୱାଇଁ, ରିନା ଧର୍ମବିନାୟକ ଙ୍କ ସମେତ ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post