ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲକ୍ଷ୍ୟ କଥା କମ ଵିକାଶ ବେଶୀ – ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା l
(ମାହାଙ୍ଗା – ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାହାଙ୍ଗା ବ୍ଲକରେ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଭେଡା, ଆନନ୍ଦପୁର ଏବଂ ଜଳେଶ୍ୱରପୁର ପଞ୍ଚାୟତରେ ଉଦଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଵିକାଶ ମୂଳକ ଶାସନରେ ସଫଳ ହୋଇପାରିଛି ଏବଂ ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ
ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡ଼ିକର ରୂପାନ୍ତରୀକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତ୍ତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରୀକରଣ, କ୍ରୀଡ଼ା ଭିତ୍ତିଭୂମିର ବିକାଶ,ଐତିହ୍ୟ ଭିତ୍ତିଭୂମିର ବିକାଶ, ସୁଗମ ପରିବହନ ବ୍ୟବସ୍ଥା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ ଯୋଜନା, ସାମାଜିକ ସୁରକ୍ଷା ଭତ୍ତା, ମିଶନ ଶକ୍ତି ଯୋଜନା, ରେସନ କାର୍ଡ, ମମତା ଯୋଜନା, ଲକ୍ଷ୍ମୀ ବସ ସେବା ଆଦି ବିଭିନ୍ନ କ୍ଷେତ୍ରରେ ଯେଉଁ ଵିକାଶ ହୋଇପାରିଛି ସେ ସମ୍ପର୍କରେ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ସଚେତନ କରିବା ସହିତ ଏହି ସମସ୍ତ ବିକାଶମୂଳକ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରୟାସ କ୍ରମେ ସଫଳ ହୋଇପାରିଛି ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ । ଏଥିରେ ବ୍ଲକ ଉନ୍ନୟନ ଅଧିକାରୀ ଅମୀୟ ରଞ୍ଜନ ପଣ୍ଡା, ଏବିଡ଼ିଓ ଜ୍ଞାନରଞ୍ଜନ ପଣ୍ଡା, ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଜିଲ୍ଲାପରିଷଦ ସୁସ୍ମିତା ଦାସ, ଜଗବନ୍ଧୁ ସେଠି, ରିୟାଜୁଲ ହୋଦା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ,ଯୁବନେତା ଅମୀୟ ନାୟକ, ପଞ୍ଚାୟତ ସଭାପତି ପ୍ରଦୀପ୍ତ ସିଂ, ଦିଲ୍ଲୀପ ନାୟକ, ଦମୟୀନ୍ତି ମହାପାତ୍ର, ମନ୍ଦାଗିନୀ ରାଉତ, ଆନନ୍ଦପୁର ସରପଞ୍ଚ ରେଣୁବାଳା ଭୁୟାଁ, ସମିତି ସଭ୍ୟା ଭବାନୀ ଶଙ୍କରୀ ବେହେରା, ଜଳେଶ୍ୱରପୁର ସରପଞ୍ଚ ସୁଜାତା ମଲିକ, ସମିତିସଭ୍ୟା ରେବତୀ ସେଠି, ଯୁବନେତା ସୁବାଷ ଜେନା ଙ୍କ ସମେତ ସମସ୍ତ ସରପଞ୍ଚ, ସମିତିସଭ୍ୟ, ୱାର୍ଡମେମ୍ବର, ଏସଏଚଜି ମହିଳା,ବ୍ଲକ, ସ୍ୱାସ୍ଥ୍ୟ କର୍ମଚାରୀ, ଗ୍ରାମବାସୀ ପ୍ରମୁଖ ଯୋଗ ଦେଇଥିଲେ l ଏହି ଅବସରରେ ପଞ୍ଚାୟତରୁ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯିବା ପାଇଁ ଲୋକମାନେ ପ୍ରସ୍ତାବ ଆଗତ କରିଥିଲେ l ପ୍ରଥମେ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଏଲଇଡ଼ି ରଥ ମାଧମରେ ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା l ଏହାଛଡା ପଞ୍ଚାୟତରେ ଲୋକମାନଙ୍କୁ ଯୋଜନାର ସଫଳ ରୂପାୟନ ସଂକ୍ରାନ୍ତରେ ଏକ ସଚେତନତା ପୁସ୍ତକ ମଧ୍ୟ ବଣ୍ଟନ କରାଯାଇଥିଲା ।