କେନ୍ଦ୍ରାପଡା: (ଶାସକ ପ୍ରଶାସକ) ପ୍ରଫୁଲ୍ଲ କୁମାର ମଲ୍ଲ ଜୟ ବଜରଙ୍ଗ ବାଲି କ୍ରିକେଟ କ୍ଲବ ନୋଳସାହି ଆନୁକୂଲ୍ୟରେ ଆଜି ଚତୁର୍ଥ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟର ଅନ୍ତିମ କ୍ବାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।ଏହି କ୍ବାଟର ଫାଇନାଲ ମ୍ୟାଚରେ ଜଗନ୍ନାଥ କ୍ରିକେଟ କ୍ଳବ ଭଦ୍ରକ ସହିତ ଗୋପବନ୍ଧୁ କ୍ରିକେଟ କ୍ଳବ ଇନ୍ଦୁପୁରର ମ୍ୟାଚ ହୋଇଥିଲା ଏବଂ ୨୦ ଓଭର ମ୍ୟାଚରେ ପ୍ରଥମେ ଇନ୍ଦୁପୁର ଟଚ ଜିତି ବ୍ୟାଟିଂ କରି ୧୩୦ ରନ ସଂଗ୍ରହ କରିଥିଲା ।ହେଲେ ପ୍ରତି ଜବାବରେ ଜଗନ୍ନାଥ କ୍ରିକେଟ କ୍ଳବ ଭଦ୍ରକ ୨୦ ଓଭରରେ ନିର୍ଧାରିତ ରନ କରି ବିଜୟ ହାସଲ କରି ସେମି ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଛି । ଏହି ମ୍ୟାଚ କୁ ରାଜ୍ୟ ଯୁବ ଜନତା ଦଳର ଉପ ସଭାପତି ଜୋଶ୍ନlମୟୀ ପରିଡା ଉଦଘାଟନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.