ଗାଇସିଲେଟ/ମନ ଡ଼ନସନା: ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିଛି । ଆମ ଓଡିଶା ନବୀନ ଓଡିଶା ଯୋଜନା ମାଧ୍ୟମରେ ପଞ୍ଚାୟତସ୍ତରରେ ବିକାଶ ନିମନ୍ତେ ବିଭିନ୍ନ କ୍ଷେତ୍ରରେ ଅନୁଦାନ ପ୍ରଦାନ କରାଯାଉଛି । ଏଭଳି ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶଧାରା ମାଧ୍ୟମରେ ଏକ ବିକଶିତ ଓଡିଶା ଗଠନ କରିବା ମଙ୍ଗ ଧରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଙ୍କୁ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଫିରିଙ୍ଗିମାଲ ଗ୍ରାମପଞ୍ଚାୟତ ରେ ଅନୁଷ୍ଠିତ ପଞ୍ଚାୟତସ୍ତରୀୟ ସଚେତନତା ଶିବିରରେ ସ୍ଥାନୀୟ ସରପଂଚ ପହିଲମାନ ସିଂ ବରିହା, ସମାଜ ସେବି ସମାରୁ ସାହୁ, ମୋହନ ସିଂ ବରିହା, ପ୍ରମୁଖ ମଥ୍ଞାସିନ ଥିଲ। ଏଥିସହିତ ଫିରିଙ୍ଗିମାଲ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ବିବରଣୀ ପଠନ କରିଥିଲେ ମୋହନ ସିଂ ବରିହା,। ସରପଞ୍ଚ ପହିଲମାନ ସିଂ ବରିହା ଙ୍କ ସଭାପତିତ୍ୱ ରେ ପଂଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହେବା ସହିତ ପଞ୍ଚାୟତର ବିକାଶର ବିବରଣୀ ରଖିଥିଲେ । ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମହେନ୍ଦ୍ର ବିଶ୍ବାଲ, ଗ୍ରାମ ରୋଜଗାର ସେବକ ଧର୍ମେନ୍ଦ୍ର ପ୍ରଧାନ, ଏବଂ ପଂଚାୟତ ର ୱାର୍ଡ ସଭ୍ୟ /ସଭ୍ୟା,ଭଦ୍ରବ୍ୟକ୍ତି, ମହିଳା ମାନେ ଉପସ୍ଥିତ ଥିଲେ । ଜନସାଧାରଣଙ୍କ ସୁବିଧା ଲାଗି କି ପ୍ରକାର ଯୋଜନା ଗୁଡିକ ରହିଛି, ତାହାରି କିପରି ସୁବିଧା ପାଇପାରିବେ ତାହାକୁ ନେଇ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନେ ଜନସାଧାରଣଙ୍କୁ ସଚେତନତା କରିଥିଲେ । ଏହି ଅବସର ରେ ବିଭିନ୍ନ ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କ ରେ ବଜାସାଲ, ଡ଼ାଲଖାଇ ମାଧ୍ୟମରେ ସ୍ଥାନୀୟ ଜନସାଧାରଣ ଙ୍କୁ ବିଭିନ୍ନ ସଚେତନତା କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post