ଉତ୍କଳ ଆଲୁମିନାରେ ପୁଷ୍ପ ପ୍ରଦର୍ଶନୀ

3

ରାୟଗଡା ରୁ ବୈକୁଣ୍ଠ ଦୁରିଆ – ନିଜର କାରଖାନା ପରିସର ଏବଂ ତାହାର ଚତୁର୍ପାଶ୍ୱର୍ରେ ସବୁଜ ବଳୟ ଏବଂ ଉଦ୍ୟାନ କୃଷିକୁ ପ୍ରୋତ୍ସାହିତ କରିବା ପ୍ରୟାସରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଉଜ୍ଜ୍ୱଳ ଉତ୍କଳ (ଲେଡିଜ୍‍ କ୍ଲବ) ଏବଂ ଉତ୍କଳ ଆଲୁମିନାର ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମିଳିତ ଭାବରେ ଚଳିତ ବର୍ଷ ଜାନୁଆରୀ ମାସ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଷାପଡା ଷ୍ଟାଡିୟମ୍‍ରେ ତୃତୀୟ ପୁଷ୍ପ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ।
ଏହି ପ୍ରଦର୍ଶନୀକୁ ସମ୍ମାନନୀୟ ମୁଖ୍ୟ ଅତିଥି ଶ୍ରୀ ଚରଣ ସିଂହ ମୀନା, ଆଇପିଏସ୍‍, ଡିଆଇଜି ପୋଲିସ, ଦକ୍ଷିଣ ପୂର୍ବ ରିଜନ୍‍, କୋରାପୁଟ ଏବଂ ତାଙ୍କ ସହିତ ଶ୍ରୀ ମଜହର ବେଗ୍‍, ୟୁନିଟ ହେଡ୍‍ ଓ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଓ ଆଦିତ୍ୟ ଆଲୁମିନା ଉଦ୍‍ଘାଟନ କରିଥିଲେ । ଶ୍ରୀମତୀ ହିନା ବେଗ୍‍, ପ୍ରେସିଡେଣ୍ଟ, ଉଜ୍ଜ୍ୱଳ ଉତ୍କଳ ଲେଡିଜ୍‍ କ୍ଲବ, ଶ୍ରୀ ବିଜୟ କୁମୁରା ୟୁନିଟ ଏଚଆର ହେ୍‍, ଶ୍ରୀ ବିଜୟ ଚୌହାନ, ହେଡ୍‍ ମାଇନ୍ସ, ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ହେଡ୍‍ ସିଏସ୍‍ଆର ଏବଂ ସିଆର୍‍, ଉତ୍କଳ ଆଲୁମିନା ପ୍ରମୁଖ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ଉପସ୍ଥିତ ଥିଲେ ।
ଆୟୋଜିତ ମନମୁଗ୍ଧକର ପୁଷ୍ପ ପ୍ରଦର୍ଶନୀରେ ୨୨ ପ୍ରକାର ଋତୁକାଳୀନ ଉଦ୍ଭିଦ, ୧୫ ପ୍ରକାର ଇନ୍‍ଡୋର ଉଦ୍ଭିଦ, ୧୫ ପ୍ରକାର ପାମ୍‍ ଟ୍ରି, ୧୦ ପ୍ରକାର ରସାଳ ଉଦ୍ଭିଦ, ୨୦ ପ୍ରକାର ବୋନ୍‍ସାଇ ଉଦ୍ଭିଦ ଏବଂ ୧୦ ପ୍ରକାରର କାକ୍‍ଟସ ସାମିଲ ଥିଲା ।
ଏହି ୩ ଦିବସୀୟ ପ୍ରଦର୍ଶନୀରେ ଏକ ସଂଗୀତ ପ୍ରଦର୍ଶନ ମଧ୍ୟ ସାମିଲ ହୋଇଥିଲା ଯେଉଁଥିରେ ସଂଗୀତ ଏବଂ ପ୍ରକୃତିର ସମନ୍ୱୟ ଦର୍ଶକମାନଙ୍କ ପାଇଁ ଏକ ଶିହରଣ ସୃଷ୍ଟିକାରୀ ଏବଂ ଅନ୍ତର୍ନିବେଶୀ ଅନୁଭୂତି ଆଣି ଦେଇଥିଲା ।
ଅଧିକ ସବୁଜ ଏବଂ ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ନିର୍ମାଣ ନିମନ୍ତେ ଉତ୍କଳ ଆଲୁମିନାର ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପାତ କରି ଶ୍ରୀ ମଜହର ବେଗ୍‍ କହିଥିଲେ, “ଏହି ପୁଷ୍ପ ପ୍ରଦର୍ଶନୀ ପରିବେଶ ଉପଯୋଗୀ ସଚେତନ କାର୍ଯ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବା, ପ୍ରକୃତି ସହିତ ନିବିଡ ଭାବରେ ଯୋଡିହେବାକୁ ପ୍ରେରିତ କରିବା ଏବଂ ପ୍ରତ୍ୟେକ ବ୍ୟକ୍ତିବିଶେଷ ସେମାନଙ୍କ ନିଜ ନିଜ ବାସଗୃହ ଏବଂ ସମୁଦାୟରେ ପରିବେଶର ସୁରକ୍ଷାକାରୀ ଭାବରେ ଆଗେଇ ଆସିବା ଦିଗରେ ପ୍ରେରଣା ଯୋଗାଇବାକୁ ଲକ୍ଷ୍ୟ ରଖିଛି ।

Leave A Reply

Your email address will not be published.