ଗାଇସିଲେଟ/ମନ ଡ଼ନସନା: ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିଛି । ଆମ ଓଡିଶା ନବୀନ ଓଡିଶା ଯୋଜନା ମାଧ୍ୟମରେ ପଞ୍ଚାୟତସ୍ତରରେ ବିକାଶ ନିମନ୍ତେ ବିଭିନ୍ନ କ୍ଷେତ୍ରରେ ଅନୁଦାନ ପ୍ରଦାନ କରାଯାଉଛି । ଏଭଳି ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶଧାରା ମାଧ୍ୟମରେ ଏକ ବିକଶିତ ଓଡିଶା ଗଠନ କରିବା ମଙ୍ଗ ଧରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଙ୍କୁ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କନ୍ଦାଗାଡ ଗ୍ରାମପଞ୍ଚାୟତ ରେ ଅନୁଷ୍ଠିତ ପଞ୍ଚାୟତସ୍ତରୀୟ ସଚେତନତା ଶିବିରରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି କନ୍ଦାଗାଡ ଗ୍ରାମପଞ୍ଚାୟତର ସରପଞ୍ଚ ଜୟନ୍ତୀ ସାହୁ, ସମ୍ମାନିତ ଅତିଥି ଭାବରେ ସରୋଜ ଶ୍ରୀ ଭୁଷଣ ସାହୁ, ସମିତି ସଭ୍ଯା ସରୋଜିନୀ ପଧାନ,ଓ୍ବାର୍ଡ ସଭ୍ଯ ସାରଦ ବରିହା, ମିଠା ସ୍ବାଇଁ,ଅଣ୍ଣପୂଣ୍ଣା ବରିହା,ବାସୁ ମେହେର, କନ୍ଦାଗାଡ ଭଦ୍ରବ୍ଯକ୍ତି ରୋହିତ ସା, ରୋହିତ ବିଶ୍ବାଲ,ସୁବାଷ ସା, ପିତାମ୍ବର ସ୍ବାଇଁ,ପୁରନ୍ଦର ବାରିକ, ପରମ ପଧାନ, ପଞ୍ଚାୟତର ବିକାଶର ବିବରଣୀ ରଖିଥିଲେ ରୋହିତ ସ୍ବାଇଁ। ସମସ୍ତ ସ୍ବଯଂ ସହାୟକ ଗୋଷ୍ଠୀ ର ମହିଲା, ଆଶା,ଅଙ୍ଗନୱାଡି କର୍ମି, ପିଇଓ ଚିତ୍ତରଞନ ବେହେରା, ଗ୍ରାମରୋଜଗାର ସେବକ, ଜିତେଶ ପାଣିଗ୍ରାହୀ ଉପସ୍ଥିତ ଥିଲେ।ମଞ ପରିଚାଳନା କରିଥିଲେ ରୋହିତ ସା, ଭୀମସେନ ସ୍ବାଇଁ।ଡାଲଖାଇ,ବଜାସାଲ ,ଦଣ୍ଡା ପାର୍ଟି ମାଧ୍ୟମରେ ସ୍ଥାନୀୟ ଜନସାଧାରଣ ଙ୍କୁ ବିଭିନ୍ନ ସଚେତନତା କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.